(ମହାଭାରତ, ରାୟଗଡା): ରାୟଗଡା ଟାଉନ ଅନ୍ତର୍ଗତ ରୟତ କଲୋନୀର ଜଣେ ଯୁବକଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକଙ୍କ ନାମ ବିଶାଲ ପ୍ରଧାନ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁଯାୟୀ, ଗତ ୫ ତାରିଖ ଦିନ ବିଶାଲଙ୍କ ସହ ସେହି ଅଞ୍ଚଳର ଅନ୍ୟ ଏକ ଗୋଷ୍ଠିର କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହାର ଦୁଇ ଦିନ ପରେ ସେ ଘରୁ ବାହାରୁଥିବା ବେଳେ ୪ ଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଅଟକାଇ ନିକଟସ୍ଥ ଏକ ଆପାର୍ଟମେଣ୍ଟକୁ ନେଇଥିଲେ । ସେଠାରେ ଏକ ଘରେ ତାଙ୍କୁ ବନ୍ଦ କରି ଲୁହାଛଡ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ବାଇକ୍କୁ ଭଙ୍ଗାରୁଜା କରିଥିଲେ । ତେବେ କୌଶଳ କରି ବିଶାଲ ସେଠାରୁ ଖସି ଆସିବା ଥାନାରେ ଏତଲା ଦେଇଥିଲେ । ପୋଲିସ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଆକ୍ରମଣରେ ସମ୍ପୃକ୍ତ ୩ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
previous post
next post
