(ମହାଭାରତ, ଧାମରା): ସୋମବାର ପୁଣି ବିଦ୍ୟୁତ ତାର ଜନିତ ଏକ ଅଘଟଣ ଭଦ୍ରକ ଜିଲ୍ଲା ଧାମରା ଅଧିନ ଗୁଆଁଳ ନିକଟରେ ଘଟିଛି । ଏକ ବାଇକ୍ରେ ଦାଦା-ପୁତୁରା ନିକଟସ୍ଥ ବଜାରକୁ ଯାଉଥିବା ବେଳେ ସେମାନଙ୍କ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ଫଳରେ ବାଇକ୍ଟି ସମ୍ପୁର୍ଣ୍ଣ ଜଳି ଯାଇଛି । ସୌଭାଗ୍ୟବଶତଃ ଉଭୟେ ନିଶ୍ଚିତ ମୃତ୍ୟୁୁରୁ ବର୍ତ୍ତି ଯାଇଛନ୍ତି । କଇଥଖୋଲ ବଜାର ଦେଇ ଦାଦା-ପୁତୁରା ବାଇକ୍ରେ ଯାଉଥିବା ସମୟରେ ବିଦ୍ୟୁତ ତାତ ଛିଡିଯାଇ ବାଇକ ଉପରେ ପଡିଥିଲା । ବିଦ୍ୟୁତ ଆଘାତରେ ବାଇକ ଚାଳକ ସୁରେନ୍ଦ୍ର ଜେନା ଓ ଦୁର୍ଯ୍ୟୋଧନ ରାଉଳ ରାସ୍ତା ତଳକୁ ଛିଟିକି ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦାଦା-ପୁତୁରାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଇକ୍ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ସୂଚନାଯୋଗ୍ୟ, ଗତ ରବିବାର ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ ଜଣଙ୍କ ଅବସ୍ଥା ଗୁରତର ରହିଛି ।