(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଧୁଷୁରୀ ଥାନାରେ ଅଟକ ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଛାତ୍ରୀଜଣକ ଖେଳ ଛୁଟି ସମୟରେ ସ୍କୁଲ ନିକଟରେ ଖେଳୁଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ତା’ ମୁହଁରେ ରୁମାଲ ବାନ୍ଧି ସ୍କୁଲରେ ଥିବା ଶୌଚାଳୟକୁ ଟେକି ନେଇ ସେଠାରେ ଦୁଷ୍କର୍ମ କରିଥିଲା । ପରେ ସେଠାରୁ ଫେରାର ହୋଇଯାଇଥିଲା । କିଛି ସମୟ ପରେ ଝିଅଟିକୁ ଶୌଚାଳୟ ନିକଟରେ ଅଚେତ ଅବସ୍ଥାରେ ପଡିଥିବା ସେହି ସ୍କୁଲର ଜଣେ ଶିକ୍ଷକ ଦେଖିଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏନେଇ ପରିବାର ଲୋକେ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।
next post
