ଭୁବନେଶ୍ୱର: ଆଗେ ଗିରଫ ହେଲେ ଗୁରୁଜୀ ମାନସ ଦାସ । ତା ପରେ ପୁଅ ମନୋରଞ୍ଜନ ଦାସ । ମନୋରଞ୍ଜନଙ୍କୁ ଗିରଫ କରାଯ।।ଇଥିବା ଖୋର୍ଦ୍ଧା ପୁଲିସ ସୂଚନା ଦେଇଛି । ଗୁରୁବାର ଅପରାହ୍ନରେ ମାନସ ଦାସଙ୍କୁ ତାଙ୍କ ସହିଦ ନଗର ଘରୁ ଗିରଫ କରାଯାଇଥିଲା । ଏହା ପରେ ମନରୋଞ୍ଜନଙ୍କୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି । ମାନସଙ୍କ ନାମରେ ଏକାଧିକ ସଂଗୀନ ଅଭିଯୋଗ ରହିଛି । ହତ୍ୟା, ହତ୍ୟା ଉଦ୍ୟମ, ଗୁଣ୍ଡାଗିରି, ଶାରୀରିକ ଓ ମାନସିକ ନିର୍ଯାତନା ପରି ବହୁ ଅପରାଧିକ କାର୍ଯ୍ୟରେ ସେ ସଂଶ୍ଳିଷ୍ଟ ଥିବା ଅଯୋଗ ରହିଛି ।
ଅଗଷ୍ଟ ୨ ତାରିଖରେ ବେଗୁନିଆ ଥାନା ମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଘରୁ ଟେକିନେଇ ପିଟିପିଟି ହତ୍ୟା କରିଥିଲେ ତାଙ୍କ ମାନସଙ୍କ ସମର୍ଥକମାନେ । ସେହିପରି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ କଡବ ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘର ଭିତରେ ପୂରାଇ ମାଡ଼ ହୋଇଥିଲା । ତେବେ ଏହି ମାଡମରାର ଭିଡିଓ ଭାଇରାଲ୍ ହୋଇଥିଲା। ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ନାମରେ ଅଭିଯୋଗର ସଂଖ୍ୟା ବଢିଥିଲା । ଏହା ପରେ ବିରୋଧୀ ତଥା ବିଭିନ୍ନ ସଂଗଠନ ମାନସଙ୍କ ଗିରଫଦାରି ପାଇଁ ଦାବି କରିଥିଲେ ।
