ଭାରତ

ଭୂକମ୍ପରେ ଥରିଲା  ଜମ୍ମୁ ଓ କଶ୍ମୀର

(ଜମ୍ମୁ କାଶ୍ମୀର) : ଭୂକମ୍ପରେ ଥରିଲା  ଜମ୍ମୁ ଓ କଶ୍ମୀର । ଜମ୍ମୁ ଓ କଶ୍ମୀରରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୋର୍‌ ୫.୩୮ ମିନିଟ୍‌ରେ ଜମ୍ମୁ ଓ କଶ୍ମୀରର ଡୋଡ଼ା ଜିଲ୍ଲାରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ସୂଚନାନୁଯାୟୀ , ଅକ୍ଷାଂଶ ୩୩.୧୫ ଓ ଦ୍ରାଘିମା ୭୫.୬୮ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଭୋର୍‌ ୦୫:୩୮:୫୪ରେ ୪.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।  ରବିବାର ଦିନ ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ମଧ୍ୟ ୫.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା । ଭୂଗର୍ଭର ୫୪.୨ କିଲୋମିଟର୍‌ ଅଭ୍ୟନ୍ତରରେ ସନ୍ଧ୍ୟା ୫.୩୦ରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।

 

Related posts

ଏଭରେଷ୍ଟ୍ ଚଢ଼ୁଥିବା ବେଳେ ଆଖି ବୁଜିଲେ ଭାରତୀୟ ମହିଳା

mahabharatanews

“ମଉଜ ମଜଲିସ୍ କରିବାକୁ ମୋଦି ଜନ୍ମ ହୋଇନାହିଁ”

mahabharatanews

ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ

mahabharatanews