ଭାରତ

ଏଭରେଷ୍ଟ୍ ଚଢ଼ୁଥିବା ବେଳେ ଆଖି ବୁଜିଲେ ଭାରତୀୟ ମହିଳା

(ନେପାଳ) : ଏଭରେଷ୍ଟ୍ ଚଢ଼ୁଥିବା ବେଳେ ଆଖି ବୁଜିଲେ ଭାରତୀୟ ମହିଳା  ।‘ପେସ୍‌ମେକର୍‌’ ଲାଗି ଥିବା ଏସିଆର ପ୍ରଥମ ଏଭରେଷ୍ଟ୍‌ ଶୃଙ୍ଗ ଆରୋହିଣୀ ଭାବେ ନୂଆ ବିଶ୍ବ ରେକର୍ଡ କରିବା ଲକ୍ଷ୍ୟରେ ବାହାରିଥିବା ଜଣେ ଭାରତୀୟ ମହିଳା ବେସ୍‌ କ୍ୟାମ୍ପ୍‌ରେ ଅସୁସ୍ଥ ହୋଇ ଗୁରୁବାର ଦିନ ମୃତ୍ୟୁବରଣ କରିଥିବା କଥା ନେପାଳର ପର୍ଯ୍ୟଟନ ବିଭାଗ କହିଛି।

ସୂଚନାନୁଯାୟୀ , ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଯୁବରାଜ ଖତିୱାଡ଼ା କହିଛନ୍ତି, ଏଭରେଷ୍ଟ୍‌ ଶୃଙ୍ଗ ବେସ୍‌ କ୍ୟାମ୍ପ୍‌ରେ ଆରୋହଣ ଅଭ୍ୟାସ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ଭାରତୀୟ ମହିଳା ସୁଜାନ୍‌ ଲିଓପୋଲାଣ୍ଡିଆ ଜେଜସ୍‌ଙ୍କୁ ସୋଲୁଖୁମ୍ବୁ ଜିଲ୍ଲା ଅନ୍ତର୍ଗତ ଲୁକ୍‌ଲା ନଗରୀସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି।

Related posts

କାଉରିଆଙ୍କୁ ଦାଉ ସାଧୁଛି ବର୍ଷା ; ୫ ମୃତ ,୪ ଗୁରୁତର 

mahabharatanews

ମରାଠା ସଂରକ୍ଷଣ ମାମଲା; ଇଣ୍ଟରନେଟ୍ ସେବା ମଧ୍ୟ ଠପ୍

mahabharatanews

ନୀତିଶଙ୍କ ଅଭିଜ୍ଞତା ନା ତେଜସ୍ୱୀଙ୍କ ଯୁବ ଶକ୍ତି? ଦ୍ୱିତୀୟ ପର୍ଯ୍ୟାୟ ନିର୍ଣ୍ଣୟ କରିବ ଯେ ସିଂହାସନ ପାଇଁ କିଏ ଯୋଗ୍ୟ

mahabharatanews