ରାଉରକେଲା: ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସି ନିଜେ ପାଲଟିଲେ ଶବ । ଏଭଳି ଅଭାବନୀୟ ଘଟଣା ଗାଟିଛି ରାଉରକେଲା ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ । ଏଠାରେ ୪ ଭାଇ ବୁଡ଼ିଯିଯାଇଥିଲେ । ଏବେ ଉଦ୍ଧାର ହେଲା ସମସ୍ତ ମୃତଦେହ । ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳୁ ନିଖୋଜ ରୋନକ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ୪ ଭାଇ ଦୁଇଟି ପରିବାରର ସଦସ୍ୟ । ସମସ୍ତେ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ହୋଇଥିବାବେଳେ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ରାଉରକେଲା ଆସିଥିଲେ ।
ସୂଚନା ଅନୁଯାୟୀ , ଗତକାଲି ଆଳୁ ଚୋପା ଛଡ଼ାଇବାକୁ ଘର ଲୋକ କହିବାରୁ ୪ ଜଣ କାହାକୁ ନଜଣାଇ ନଦୀ କୂଳକୁ ପଳାଇ ଆସିଥିଲେ । ସେଠାରେ ଗାଧୋଇବା ସମୟରେ ସମସ୍ତେ ବୁଡ଼ି ଯାଇଥିଲେ । ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
