ଓଡିଶା

ମାଲକାନଗିରିରେ ୪ ବିଏସଏଫ ଯବାନ କରୋନା ପଜିଟିଭ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି):ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ରାଜ୍ୟରେ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମାଲକାନଗିରିରେ ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ବିଏସଏଫ ଯବାନ ଓ ଅନ୍ୟ ଜଣେ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି । ଯବାନମାନେ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଫେରିବା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅବଶିଷ୍ଟ ୧୦ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିିତ ହେଉଛନ୍ତି ।

Related posts

ସହିଦଙ୍କ ପିଲାଙ୍କ ଦାୟିତ୍ୱ ନେବ କିଟ

mahabharatanews

ଦୁଇ ପୃଥକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

mahabharatanews

ବନ୍ୟଜନ୍ତୁ ଆକ୍ରମଣ ; ପାଗଳ ବିଲୁଆ କାମୁଡ଼ାରେ ୭ ଆହତ

mahabharatanews