Uncategorized

ଦିଲ୍ଲୀ ମୁହାଁ ପଙ୍ଗପାଳ

ନୂଆଦିଲ୍ଲୀ: ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାରର ଚିନ୍ତା ବଢିଯାଇଛି । ଗୋଟିଏ ପଟେ କରୋନାକୁ ନେଇ ଦିଲ୍ଲୀ ସରକାର ନାକେଦମ ଥିବା ବେଳେ ଏବେ ଆଉ ଏକ ସମସ୍ୟା । ଏଥିନେଇ ଶନିବାର ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏକ ଜରୁରୀ ବୈଠକ ଡକାଇଛନ୍ତି। ପଙ୍ଗପାଳ ମୁକାବିଲା ଲାଗି ବୈଠକରେ ବିଚାରବିମର୍ଶ ହୋଇପାରେ। ବୈଠକରେ ଉନ୍ନୟନ ସଚିବ, ଡିଭିଜନାଲ କମିଶନର, କୃଷି ନିର୍ଦେଶକ ଏବଂ ଜିଲାପାଳ ଉପସ୍ଥିତ ରହିବେ ।
ଶନିବାର ସକାଳେ ପଙ୍ଗପାଳ ଦଳ ଇଜ୍ଜର ଜିଲାର ସୀମା ଅତିକ୍ରମ କରି ଗୁରୁଗ୍ରାମ ସୀମାରେ ପ୍ରବେଶ କରିଥିଲେ। ଗୁରୁଗ୍ରାମର ପଟୌଦୀ ସୋହନାରେ ପଙ୍ଗପାଳଙ୍କୁ ଲୋକମାନେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ପ୍ରଶାସନର ପରାମର୍ଶକ୍ରମେ ଲୋକମାନେ ଥାଳି ବଜାଇ ଏବଂ ବାଣ ଫୁଟାଇ ପଙ୍ଗପାଳଙ୍କୁ ଘଉଡ଼ାଇବାରେ ଲାଗିଥିଲେ। ଏହା ପରେ ପଙ୍ଗପାଳ ଗୁରୁଗ୍ରାମରୁ ବାହାରି ଛାୱଲା ଗାଁ ଦେଇ ଦିଲ୍ଲୀର ଦ୍ବାରକାରେ ପ୍ରବେଶ କରିଛନ୍ତି। ପବନର ଦିଗ ପରିବର୍ତ୍ତନ ହେଲେ ପଙ୍ଗପାଳ ପେରିଯାଇପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Related posts

କେନ୍ଦ୍ରର ସଂଶୋଧିତ ହୋମ କ୍ୱାରେଣ୍ଟାଇ ଗାଇଡଲାଇନରେ ପରିବର୍ତ୍ତନ

mahabharatanews

କଙ୍ଗନାଙ୍କ ନାମରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଲା ମହାରାଷ୍ଟ୍ର ସରକାର

mahabharatanews

କରାଚୀରେ ବିମାନ ଦୁର୍ଘଟଣା: ୯୮ ଯାତ୍ରୀଙ୍କୁ ନେଇ ଭରିଥିଲା ଉଡାଣ

mahabharatanews