ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ମଲକା ଗଞ୍ଜ ଅଞ୍ଚଳରେ ପରିବା ବଜାରରେ ଦୁର୍ଘଟଣା । ଆଜି ହଠାତ୍ ବଜାର ପାଖରେ ଥିବା ଏକ ୪ ତାଲି ମାର୍କେଟ କମ୍ପେ୍ଳକ୍ସ ଭୁଶୁଡି ପହିଲା ପରିବା ମାର୍କେଟ୍ ଉପରେ । ସକାଳୁ ବଜାରରେ ଗହଳଚହଳ ଆରମ୍ଭ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିବାକୁ କୋଠାର ଭଗ୍ନାବଶେଷରେ ବହୁ ଲୋକ ଫସି ରହିଥିବା ସନ୍ଦେହ କରାଯାଇଛି ।
ଆଜି ସକାଳୁ ପରିବା ବଜାର ନିକଟ ଏକ ୪ ମହଲା କୋଠା ଭୁଶୁଡି ପଡିଥିଲା। ପରିବା ବଜାର ଓ ତା ନିକଟରେ ଲୋକଙ୍କ ମଧ୍ୟରେ ଧାଁ ଦୌଡ ଲାଗିଯାଇଥିଲା । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ସେଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଜଣେ ବ୍ୟକ୍ତିଙ୍କୁ ଭଗ୍ନାବଶେଷରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହୁରି ଅନେକ ଲୋକ ଏହା ମଧ୍ୟରେ ଫସିରହିଥିବା ସନ୍ଦେହ କରାଯାଉଛି ।
ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକଟ କରିବା ସହ ପ୍ରଶାସନ ଉଦ୍ଧାର କାର୍ୟ୍ୟରେ ଲାଗିଛି, ସ୍ଥିତି ଉପରେ ପୂରା ନଜର ରଖିଛି ବୋଲି ଟୁଇଟ୍ କରି ଜଣାଇଛନ୍ତି ।
ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ସେଠାରେ ଥିବା ବହୁ ପୁରୁଣା ବିଲ୍ଡିଂଟି ଭୁଶୁଡି ପଡିଛି। ସେପଟେ ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି।