ଭାରତ

୧୫ ବର୍ଷ ଭିତରେ ୪୧.୫ କୋଟି ଗରିବ ହ୍ରାସ

ବ୍ୟୁରୋ : ଭାରତରୁ ୧୫ ବର୍ଷ ଭିତରେ ୪୧.୫ କୋଟି ଗରିବଙ୍କ ସଂଖ୍ୟା ହ୍ରାସ ପାଇଛି । ଜାତିସଂଘର ଗ୍ଲୋବାଲ ମଲଟିଡାଇମେନସ୍ନାଲ ପଭଟି ଇଣ୍ଡେକ୍ସ ୨୦୨୨ ରିପୋର୍ଟ ଅନୁଯାୟୀ ୨୦୦୫-୬ ରୁ ୨୦୧୯-୨୧ ମଧ୍ୟରେ ଗରିବ ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏହି ସମୟ ମଧ୍ୟରେ ଦାରିଦ୍ର ୫୫ ପ୍ରତିଶତରୁ ହ୍ରାସ ପାଇ ୧୬ ପ୍ରତିଶତରେ ପହଞ୍ଚିଛି । ଭାରତରେ ଏତେ ଦାରିଦ୍ର ଦୂରୀକରଣ ହେବା ପରେ ବି ୨୨ କୋଟିରୁ ଅଧିକ ଦାରିଦ୍ର ରହିଛନ୍ତି । ଦିତୀୟ ସର୍ବାଧିକ ଗରିବ ୯.୭ କୋଟି ଲୋକ ନାଇଜେରିଆରେ ରହିଛନ୍ତି । ଭାରତରେ ପ୍ରତି ୫ ଜଣରେ ଜଣେ ଗରିବ ରହିଛି । ସାରା ଵିଶ୍ଵରେ ୧୧୧ଟି ଦେଶରେ ୧୨୦ କୋଟି ଲୋକ ଉତ୍କଟ ଦାରିଦ୍ର ମଧ୍ୟରେ ଗତି କରୁଥିବା ରିପୋର୍ଟରେ କୁହାଯାଇଛି ।

Related posts

ଗିରଫ ହେଲେ କଂଗ୍ରେସ ବିଧାୟକ ସୁଖପଲ ସିଂହ 

mahabharatanews

ନୀତିନଙ୍କୁ ଭେଟିଲେ ଧର୍ମେନ୍ଦ୍ର

mahabharatanews

୨୪ଘଣ୍ଟା ମଧ୍ୟରେ ଦେଶରେ ୮ହଜାର ୮୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

Leave a Comment