Uncategorized

ଦେଶରେ ୪୩୪ ମୃତ୍ୟୁକୁ ମିଶାଇ ମୋଟ ସଂଖ୍ୟା ୧୭,୮୩୪ରେ ପହଞ୍ଚିଛି

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୧୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪ ହଜାର ୬୪୧କୁ ବୃଦ୍ଧି ପାଇଛି। ସେହିପରି ଏହି ସମୟ ମଧ୍ୟରେ ୪୩୪ ରୋଗୀଙ୍କ ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା ୧୭ ହଜାର ୮୩୪ରେ ପହଞ୍ଚିଛି। ବର୍ତ୍ତମାନ ୨ ଲକ୍ଷ ୨୬ ହଜାର ୯୪୭ ଜଣ ସକ୍ରିୟ ରୋଗୀ ଥିବାବେଳେ ୩ ଲକ୍ଷ ୫୯ ହଜାର ୮୬୦ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୮୦ ହଜାର ୨୯୮କରୋନା ଆକ୍ରାନ୍ତ ଥିବା ବେଳେ ୮ ହଜାର ୫୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୮୯ ହଜାର ୮୦୨ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୮୦୩ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁରେ ୯୪ ହଜାର ୪୯ କରୋନା ସଂକ୍ରମିତ ଏବଂ ୧୨୬୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୩୧୮ ଓ ୧୮୬୯ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୨୪ ହଜାର ୫୬ ସଂକ୍ରମିତ ଓ ୭୧୮ମୃତ, ପଶ୍ଚିମବଙ୍ଗରେ ୧୯ ହଜାର ୧୭୦ ଆକ୍ରାନ୍ତ ଓ ୬୮୩ ମୃତ, ହରିୟାଣାରେ ୧୪ ହଜାର ୯୪୧ ଆକ୍ରାନ୍ତ ଏବଂ ୨୪୦ ମୃତ, ଆନ୍ଧ୍ରପ୍ରଦେଶରେ ୧୫ ହଜାର ୨୫୨ ଆକ୍ରାନ୍ତ ଏବଂ ୧୯୩ ମୃତ, ତେଲେଙ୍ଗାନାରେ ୧୭ ହଜାର ୩୫୭ ସଂକ୍ରମିତ ଓ ୨୬୭ ମୃତ, କର୍ଣ୍ଣାଟକରେ ୧୬ ହଜାର ୫୧୪ ଆକ୍ରାନ୍ତ ଓ ୨୫୩ ମୃତ, ରାଜସ୍ଥାନରେ ୧୮ ହଜାର ୩୧୨ ଆକ୍ରାନ୍ତ ଓ ୪୨୧ ମୃତ, ଜାମ୍ମୁ-କାଶ୍ମୀରରେ ୭୬୯୫ ସଂକ୍ରମିତ ଓ ୧୦୫ ମୃତ, ମଧ୍ୟପ୍ରଦେଶରେ ୧୩ ହଜାର ୮୬୧ ସଂକ୍ରମିତ ଓ ୫୮୧ ମୃତ, ବିହାରରେ ୧୦ ହଜାର ୨୦୪ ଆକ୍ରାନ୍ତ ଓ ୭୩ ମୃତ, ଆସାମରେ ୮୯୫୬ ଆକ୍ରାନ୍ତ ଓ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

Related posts

ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର

mahabharatanews

ଦେଶରେ କରୋନାରେ ୩୦୨୯ ଜଣଙ୍କ ମୃତ୍ୟୁ

mahabharatanews

କୋରୋନା ପାଇଁ ପ୍ରଭାବିତ ହେଉଛି ଶେୟାର ବଜାର

mahabharatanews

Leave a Comment