ବିଶ୍ୱ

ବସରେ ଲାଗିଲା ନିଆଁ: ଜଳିଗଲେ ୪୫ ଯାତ୍ରୀ

ବୁଲଗେରି: ମଙ୍ଗଳବାର ପଶ୍ଚିମ ବୁଲଗେରିଆର ଏକ ରାଜପଥରେ ବସରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳୁଥିବା ନିଆଁରେ ଜଳିଗଣେ ୪୫ ଯାତ୍ରୀ । ପଶ୍ଚିମ ବୁଲଗେରିଆର ଉତ୍ତର ମାକେଡୋନିଆର ପ୍ଲେଟ ଯାଉଥିବା ଏକ ବସ୍ରେ ନିଆଁ ଲାଗି ଏହି ଅଘଟଣ ଘଟିଛି ।। ଅଗ୍ନିଶମ ବିଭାଗର ମୁଖ୍ୟ ନିକୋଲାଇ ନିକୋଲୋଭ ଏନେଇ ସୂଚନା ଦେଇଛନ୍ତି । ୪୫ ଯାତ୍ରୀଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିବା ସୂଚନା ।
ସୂଚନା ମୁତାବକ, ଏକ ବସରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନ୍ୟୁନ ୪୫ ଜଣଙ୍କର ମୃତ୍ୟୁ ହୋଇଛି । । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି । ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିଲା । ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳକୁ ବନ୍ଦ କରିଦିଆଯାଇଛି । ଟ୍ରେନ୍ ଗୁଡିକୁ ଅନ୍ୟ ଏକ ମାର୍ଗକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ମାକେଡୋନିଆର ଥିବ।। ଜଣାପଡିଛି । ।

 

Related posts

ପୁଣି ଜୁକରବର୍ଗଙ୍କୁ ଲଢ଼େଇ ପାଇଁ ଚ୍ୟାଲେଞ୍ଜ ଦେଲେ ଏଲନ୍ ମସ୍କ

mahabharatanews

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

mahabharatanews

ଇମରାନ୍ ଖାନ ଦୋଷୀ ସାବ୍ୟସ୍ଥ, ସଂସଦ ସଦସ୍ୟତା ରଦ୍ଦ

mahabharatanews