(ଚୀନ) : ଦକ୍ଷିଣ ଚୀନରେ ଲଗାଣ ବର୍ଷା ଯୋଗୁଁ ଏକ ୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥର ପ୍ରାୟ ୬୦ ଫୁଟ ଦୀର୍ଘ ଅଂଶ ଭୁଶୁଡ଼ି ପଡ଼ିଛି। ଏଥିରେ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ମେଇଝୁ ସିଟି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁଯାୟୀ , ଗୁରୁବାର ଭୋର ୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ରାଜପଥର ୫୮.୭ ଫୁଟ ରାସ୍ତା ଧୋଇ ହୋଇଯାଇଥିଲା। ସେହି ସମୟରେ ରାସ୍ତାରେ ଥିବା ୨୩ଟି ଗାଡ଼ିମୋଟର ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା। ବର୍ଷାଯୋଗୁଁ ମାଟିଗୋଡ଼ି ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରୁନି । ମଧ୍ୟାହ୍ଣ ସୁଦ୍ଧା ୩୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ କେତେକ ମୃତଦେହକୁ ଉଦ୍ଧାର କରାଯାଇଛି। ୩୦ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି।
