ବିଶ୍ୱ

 ଲଗାଣ ବର୍ଷା; ‌ଚୀନରେ ୪୮ ମୃତ

(ଚୀନ) : ଦକ୍ଷିଣ ଚୀନରେ ଲଗାଣ ବର୍ଷା ‌ଯୋଗୁଁ ଏକ ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥର ପ୍ରାୟ ୬୦ ଫୁଟ ଦୀର୍ଘ ଅଂଶ ଭୁଶୁଡ଼ି ପଡ଼ିଛି। ଏଥିରେ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ମେଇଝୁ ସିଟି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ଗୁରୁବାର ଭୋର ୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ରାଜପଥର ୫୮.୭ ଫୁଟ ରାସ୍ତା ଧୋଇ ହୋଇଯାଇଥିଲା। ସେହି ସମୟରେ ରାସ୍ତାରେ ଥିବା ୨୩ଟି ଗାଡ଼ିମୋଟର ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା। ବର୍ଷାଯୋଗୁଁ ମାଟିଗୋଡ଼ି ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରୁନି । ମଧ୍ୟାହ୍ଣ ସୁଦ୍ଧା ୩୬ଜଣଙ୍କ ମୃତ‌ଦେହ ଉଦ୍ଧାର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ କେତେକ ମୃତଦେହକୁ ଉଦ୍ଧାର କରାଯାଇଛି। ୩୦ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି।

Related posts

ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ନିଯୁକ୍ତ

mahabharatanews

ବିବାହ ବିଚ୍ଛେଦ ପରେ ମହିଳା ଦେଲେ ଡିଭୋର୍ସ ପାର୍ଟି

mahabharatanews

ଅଜଣା ରୋଗରେ ପୀଡିତ ପୁଟିନ; ଚିନ୍ତାରେ ଋଷ

mahabharatanews