ଓଡିଶା

ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗ ଭୋଟ ଗଣତିକୁ ନେଇ ଆଣିବାକୁ ଯାଉଛି ନୂଆ ନିୟମ । ଏହି ନିୟମ ଲାଗି ହେଲେ ଆଉ ବୁଥରେ ହେବ ନାହିଁ ପଞ୍ଚ।।ୟତ ନିର୍ବାଚନର ଭୋଟ ଗଣତି । ବ୍ଲକରେ ଗଣତି ହେବ । ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ପରେ ଭୋଟ୍ ବାକ୍ସ ସିଲ କରି ବ୍ଲକରେ ରହିବ। ସବୁ ପର୍ୟ୍ୟାୟର ମତଦାନ ସରିଲେ ଗଣତି ବ୍ଲକରେ ହିଁ ଆରମ୍ଭ ହେବ । ଲାନଇ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ୧୫ ଦିନ ଭିତରେ ଆପତ୍ତି ଓ ଅଭିଯୋଗ ପରେ ଚୂଡାନ୍ତ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ।
ଓଡ଼ିଶା ଗ୍ରାମ ପଞ୍ଚାୟତ ଇଲେକସନ ସଂଶୋଧନ ରୁଲ ୨୦୨୧ ଅନୁସାରେ ମତଦାନା ଦିନ ହେବ ନାହିଁ ଗଣତି । ଭୋଟଦାନ କେନ୍ଦ୍ରରେ ଭୋଟ ଦାନ ସରିଲେ ପ୍ରିଜାଇଡିଂ ଅଫିସର, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ ବକ୍ସ ଓ ଅନ୍ୟାନ୍ୟ ପେପର ସିଲ୍ ହେବ । ସିଲ ବକ୍ସକୁ ଇଲେକସନ ଅଫିସରଙ୍କ ପାଖକୁ ପଠାଯିବ। ସବୁ ପର୍ୟ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ ଗଣତି ଆରମ୍ଭ ହେବ । ପ୍ରାର୍ଥୀ ଓ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି ହେବ।
୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଦିନ ଭୋଟଗ୍ରହଣ ହେଉଥିଲା ସେହି ଦିନ ହିଁ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦରେ କିଏ ଜିତିଛି ଓ କିଏ ହାରିଛି ତାହା ଜଣାପଡିଯାଉଥିଲା। କିନ୍ତୁ ଏଥିପାଇଁ ଅଧିକ ବେଲଟ ବକ୍ସ ଆବଶ୍ୟକ ପଡ଼ିବ। ତେଣୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଧିକ ବେଲଟ ବକ୍ସ ବଢାଇବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହଯାଇଛି।

 

Related posts

ଧଳା ଜହର କାରବାରରେ ଜଣେ ମହିଳା ଗିରଫ

mahabharatanews

ଆଜି ମହାପ୍ରଭୁଙ୍କ ସୁନାବେଶ

mahabharatanews

ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କୁ ମାଡ ଅଭିଯୋଗ, ୩ ଗିରଫ

mahabharatanews