ଓଡିଶା

ପାଇଖାନା ନିର୍ମାଣରେ ଅନିୟମିତତା ନେଇ ଭିଜିଲାନ୍ସ ଚଢାଉ

ସାଲେପୁର /ଜ୍ୟୋସ୍ନାରାଣୀ ସିଂ:କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ଗ୍ରାମ ପଂଚାୟତରେ ପାଇଖାନା ନିର୍ମାଣ ରେ ଅନିୟମିତତା ଓ ହିତାଧିକାରୀ ଙ୍କ ଅଜାଣତରେ ପାଇଖାନା ଟଙ୍କା ହଡପ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଭିତ୍ତି କରି ଭିଜିଲାନ୍ସ ବିଭାଗର ଏକ ଟିମ୍ ଆଜି ଛାଣିପୁର ପଂଚାୟତର ବହୁ ହିତାଧିକାରୀ ଙ୍କ ଘରକୁ ଯାଇ ଘଟଣା ର ସତ୍ୟାସତ୍ୟ ସଂଗ୍ରହ କରିଛନ୍ତି। ତେବେ ତଦନ୍ତ ପ୍ରଥମ ପର୍ୟ୍ୟାୟରେ ଆରମ୍ଭ ହୋଇଥିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତଦନ୍ତ ପରେ ସ୍ବଛ ଭାରତ ଯୋଜନାରେ ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ପାଇଖାନା ଦୁର୍ନୀତି ରେ କେଉଁ କେଉଁ ମାନଙ୍କର ସଂପୃକ୍ତି ଅଛି ପଦାକୁ ଆସିବ ବୋଲି ହିତାଧିକାରୀ ମାନେ ଆଶାବାନ୍ଧି ବସିଛନ୍ତି।

 

Related posts

ଖୋଲିଲା ବାହାନଗା ସ୍କୁଲ୍

mahabharatanews

କରୋନା ସାଙ୍ଗକୁ, ଦାଉ ସାଜୁଛି କାଳ ଵୈଶାଖୀ

mahabharatanews

ସଡକ ଦୁର୍ଘଟଣାରେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ

mahabharatanews