ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିôବା କରୋନା ସଂଖ୍ୟା ଏକ ସପ୍ତାହର ରେକର୍ଡକୁ ଜାରି ରଖି ୫୭୦ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୫ ରହିଛି । ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ଓ ମୃତକଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି ।
ଆଜି ୧୯ ଜିଲ୍ଲାରୁ ୫୭୦ ଚିହ୍ନଟ ହୋଇଥିବା ଜଣାଯାଇଛି। ଚିହ୍ନଟଙ୍କ ମଧ୍ୟରେ ୩୮୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୬ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬, ଯାଜପୁରରୁ ୪୦, ଖୋର୍ଦ୍ଧା ଓ ନୟାଗଡ଼ରୁ ୩୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ଝାରସୁଗୁଡ଼ାରୁ ୩୧, ଗଜପତିରୁ ୨୫, ଜଗତସିଂହପୁରରୁ ୧୬, ପୁରୀରୁ ୧୫, କେନ୍ଦୁଝରରୁ ୧୪, ଅନୁଗୁଳ ଓ କୋରାପୁଟରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ମୟୂରଭଞ୍ଜରୁ ୧୦, କେନ୍ଦ୍ରାପଡ଼ାରୁ ୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଆଜି କରୋନାରେ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ଗଞ୍ଜାମ ଜିଲାରୁ ରହିଥିବା ବେଳେ କଟକ, ପୁରୀ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି। ଗଞ୍ଜାମର ୨ ମୃତକ ହେଲେ ୭୨ ବର୍ଷର ବୃଦ୍ଧ ଯିଏକି ମଧୁମେହରେ ପୀଡିତ ଥିଲେ ଓ ୫୫ ବର୍ଷର ଜଣେ ବ୍ୟକ୍ତି । ସେହିପରି ଭୁବନେଶ୍ୱରର ମୃତକ ହେଲେ ୫୬ ବର୍ଷର ବ୍ୟକ୍ତି । ସେ ମଧୁମେହରେ ପୀଡିତ ଥିଲେ । କଟକ ୪୬ ବର୍ଷର ଆକ୍ରାନ୍ତ ଯିଏ ମଧୁମେହ ଓ ହାଇପରଟେନସନରେ ପୀଡିତ ଥିଲେ ଓ ପୁରୀର ୭୦ ବର୍ଷର ମୃତକ ମଧୁମେହରେ ପୀଡିତ ଥିଲେ ।
previous post