ଓଡିଶା

ଶାଢୀ ଦୋକାନରେ ନିଆଁ ଲାଗି ଏକ କୋଟି ଟଙ୍କାର କ୍ଷତି

ଚାନ୍ଦବାଲି: ଆଜି ସକାଳୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଧୀନ ଏକ ଶାଢୀ ସୋ ରୁମରେ ଅଗ୍ନିକାଣ୍ଡ ଘଟି ଦୋକାନର ସମସ୍ତ ବିକ୍ରୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଚାନ୍ଦବାଲି ଥାନା ଅଧୀନ ମତୋ ବଜାରରେ ହୋଇଛି ।
ଆଜି ବଡି ଭୋରୁ ଚାନ୍ଦବାଲି ମଡୋ ବଜାରର ଏକ ଶାଢୀ ଦୋକାନରୁ ଧୂଆଁ ବାହାରୁ ଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ଦୋକାନର ଶଟରକୁ ତାଡ଼ି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ପାଖାପାଖି କୋଟିଏରୁ ଅଧିକ ଟଙ୍କାର ଶାଢ଼ୀ ଓ ଅନ୍ୟାନ୍ୟ କପଡ଼ା ସୋ ରୁମରେ ଥିବା ଦୋକାନ ମାଲିକ କହୁଛନ୍ତି ।

Related posts

ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ,

mahabharatanews

୧ରେ ବନକଲାଗି ନିଷ୍ପତ୍ତି

mahabharatanews

ସରିଲା ହେରାପଞ୍ଚମୀ ନୀତି, ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

mahabharatanews