ଓଡିଶା

୫ଟି ସଚିବଙ୍କ ଯାଜପୁର ଗସ୍ତ 

(ଯାଜପୁର) :  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଯାଜପୁର ଗସ୍ତରେ ଅଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ ଯିବା ସହ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଯାଜପୁର ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ସବୁ କଲେଜକୁ ମୁଖ୍ୟମନ୍ତ୍ରୀ 5Tରେ ରୂପାନ୍ତର କରୁଛନ୍ତି ।

ସୂଚନାନୁଯାୟୀ , କାଲି ସନ୍ଧ୍ୟା ସୁଦ୍ଧା ଘରେ ଇଂଜିନିୟର ପହଞ୍ଚି ବ୍ୟବସ୍ଥା କରିବେ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଗୁରୁତ୍ୱ ଦିଅନ୍ତି । ଫସଲବୀମାରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରିମିୟମ ଛାଡ କରିଛନ୍ତି । ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ ଦେଉଛନ୍ତି । ଯାଜପୁର ଜିଲ୍ଲାରେ ୧୭ହଜାରରୁ ଅଧିକ ମିଶନ ଶକ୍ତି ଗ୍ରୁପ ଗୋଟିଏ ବର୍ଷରେ ୫୦୦ କୋଟିରୁ ଅଧିକ ଋଣ ନେଇଛନ୍ତି । ଖାଲି ପଡିଥିବା ସବୁ ସରକାରୀ ବିଲ୍ଡିଂକୁ ମରାମତି କରି ମାସେ ମଧ୍ୟରେ ମିଶନଶକ୍ତି ଗ୍ରୁପକୁ ବିନା ଭଡାରେ ହସ୍ତାନ୍ତର କରାଯିବ । । ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୧୫ କୋଟି ମଞ୍ଜୁର କରିଥିବା କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ବଡ଼ଚଣା ପରେ ୫ଟି ସଚିବ ଭି.କେ ପାଣ୍ଡିଆନ ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ । ଏଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ

Related posts

କ୍ରାଇମବ୍ରାଞ୍ଚ ଆଇ ମା’ କାହାଣୀ କହିଲା ଭଳି ଅନେକ ଷ୍ଟୋରୀ କହୁଛି : ଜୟ ନାରାୟଣ ମିଶ୍ର

mahabharatanews

କାର ଦୁର୍ଘଟଣାରେ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ମୃତ

mahabharatanews

ରାଜଧାନୀରେ ଡେଙ୍ଗୁ ଆତଙ୍କ :  ଖୋର୍ଦ୍ଧାରୁ ୯୬ ପଜିଟିଭ ଚିହ୍ନଟ

mahabharatanews