ଓଡିଶା

ଶ୍ରୀସେତୁ କାର୍ଯ୍ୟର କଲେ ସମୀକ୍ଷା; ପୁରୀ ଗସ୍ତରେ ୫ଟି ସଚିବ

ପୁରୀ/ହରପ୍ରସାଦ ବିଷୋୟୀ : ପୁରୀରେ ଆଗେଇ ଚାଲିଛି ଉନ୍ନୟନମୂଳକ କାର୍ଯ୍ୟ । ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫ଟି ସଚିିବ ଭି.କେ ପାଣ୍ଡିଆନ ।ଏହି ଅବସରରେ ଶ୍ରୀସେତୁର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ।

ସୂଚନାମୁତାବକ, ଶନିବାର ସକାଳେ ୫ ଟି ସଚିବ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଏହାପରେ ୫-ଟି ସଚିବ ପୁରୀରେ ଚାଲିଥିବା ଶ୍ରୀସେତୁ ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ୫-ଟି ସଚିବଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଉପସ୍ଥିତ ଥିଲେ।

ତେବେ ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତେଣୁ ୫-ଟି ସଚିବ ବିଭିନ୍ନ ସମୟରେ ପୁରୀ ଗସ୍ତରେ ଆସି ସମସ୍ତ କାର୍ୟ୍ୟର ତଦାରଖ କରିବା ସହ ଅନୁଧ୍ୟାନ ମଧ୍ୟ କରୁଛନ୍ତି।ତେବେ ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୫ଟି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଯାହାଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି ।

Related posts

ରାତି ଅଧରେ ଧାରଣାରେ ଶତାଧିକ ଗ୍ରାମବାସୀ

mahabharatanews

ଗାନିବ୍ରହ୍ମ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

 ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା;  ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ  ନିର୍ଦ୍ଦେଶ

mahabharatanews