ଓଡିଶାପାଣିପାଗ

ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀ ଜାରି ରହିବ

ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀ ଜାରି ରହିବ। ଗତକାଲି ରାତିରେ  ୧୦ ଡ଼ିଗ୍ରୀ ତଳେ ୧୨ ସହର ର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି । ଫୁଲବାଣୀରେ ୬.୫ ଡିଗ୍ରୀ ସେଲସିୟସ୍, ଝାରସୁଗୁଡାରେ ୭ ଡିଗ୍ରୀ, ଭବାନୀପାଟଣାରେ ୮.୮, ଦାରିଙ୍ଗବାଡି ୯ , ଅନୁଗୁଳରେ ୯,ରାଉରକେଲା ୯.୧,ସୁନ୍ଦରଗଡ ୯,୨, ନବରଙ୍ଗପୁର ୯.୮,ବଲାଙ୍ଗୀର ୧୦,କଟକରେ ୧୨.୬,ଏବଂ ଭୁବନେଶ୍ୱର ୧୩ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ  ସୁନ୍ଦରଗଡ଼, କନ୍ଧମାଳ ଓ ଝାରସୁଗୁଡାରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

Odisha in grip of cold wave, Sonepur records 4 degrees Celsius - The Hindu

ଉତ୍ତର-ପଶ୍ଚିମ- ଉତ୍ତର ଦିଗରୁ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ତାରିଖ ଯାଏଁ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ ବୋଲି ଆଇଏମଡି ମଧ୍ୟ ସୂଚନା ଦେଇଛି । ବିଶେଷକରି, ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ସୋନପୁର,କଳାହାଣ୍ଡି, ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ଶୀତ ଲହରୀ ଓ ଘନ କୁହୁଡି଼ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ପାଣିପାଗ ରେ କୌଣସି ପ୍ରକାର ବିଶେଷ ପରିବର୍ତ୍ତନ ହେବନି ବୋଲି ଜଣାପଡିଛି ।

Odisha to witness sharp dip in night temperatures: IMD predicts 17°C in  Bhubaneswar this week

Related posts

ଦିନ ୨ଟା୩୦ ସୁଦ୍ଧା ବାଲେଶ୍ବରରେ ୪୬ ଡିଗ୍ରୀ ଛୁଇଁଲା ତାତି

mahabharatanews

ଟୁରିଷ୍ଟ ବସ ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଅଜଗରକୁ ନେଇ ଯାଉଥିବା ବେଳେ ପଡିଗଲେ ବନବିଭାଗଙ୍କ ହାବୁଡରେ

mahabharatanews