Uncategorized

ଲଶ୍କର ସହଯୋଗୀ ଜହୁର ୱାନି ସମେତ ୫ ଗିରଫ

ଜାମ୍ମୁ: ଭାରତୀୟ ସୁରକ୍ଷା ବଳକୁ ମିଳିଛି ଆଉ ଏକ ସଫଳତା । ଜାମ୍ମୁ-କାଶ୍ମୀର ବଡ଼ଗାମରୁ ଲଶ୍କର ଆତଙ୍କବାଦୀ ସଂଗଠନର ୫ ସହଯୋଗୀ ଗିରଫ କରିଛି ସେନା। ବଡ଼ଗାମ‌ରେ ଆତଙ୍କବାଦୀଙ୍କ ସହଯୋଗୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇ ଲଶ୍କରର ୫ ସହଯୋଗୀଙ୍କୁ ଧରାଯାଇଛି। ଏଥିରେ ଆତଙ୍କବାଦୀଙ୍କ ଜଣେ ଟପ୍‌ ସହଯୋଗୀ ଜହୁର ୱାନୀ ମଧ୍ୟ ରହିଛି ।
ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜହୁର ଧରାପଡ଼ିବା ପରେ ତା’ଠାରୁ ଆଉ ଏକ ଆତଙ୍କୀ ଶିବିର ସମ୍ପର୍କରେ ତଥ୍ୟ ମିଳିଛି। ସେଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଯବାନମାନେ ଉକ୍ତ ଶିବିରକୁ ଧ୍ଵଂସ କରିଦେଇଛନ୍ତି। କିନ୍ତୁ ସେଠାରୁ କୌଣସି ଆତଙ୍କୀ ଧରାପଡ଼ି ନାହାନ୍ତି।

Related posts

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଲେ କମଲା ହାରିଶ

mahabharatanews

ଅନିଶ୍ଚିତତାରେ ଆମ ବସଷ୍ଟାଣ୍ଡ ଉଦ୍ ଘାଟନ

mahabharatanews

ମହାରାଷ୍ଟ୍ରରେ ପୁଣି ୩୦ ଟ୍ରେନ ବାତିଲ

mahabharatanews