(ହର ପ୍ରସାଦ ବିଶୋଇ/ମହାଭାରତ): ଚଳିତ ଖରି‘ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ସୁଦ୍ଧା ୫୮ ହଜାର ୨୯୪ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ମୋଟ ୩୯ ଲକ୍ଷ ୬୫ ହଜାର ୪୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଗତ ବର୍ଷ ଆଜି ତାରିଖ ତୁଳନାରେ ଏହା ୨୮ ପ୍ରତିଶତ ଅଧିକ । ଗତବର୍ଷ ତୁଳନାରେ ଡିସେମ୍ବର ୭ତାରିଖ ସୁଦ୍ଧା ମୋଟ ୩୦ ଲକ୍ଷ ୮୯ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା ।
ଧାନ ସଂଗ୍ରହକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନଲାଇନରେ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ଟୋକେନ ପ୍ରଦାନ ବ୍ୟବସ୍ଥାର ପି-ପାସ ଜରିଆରେ ଧାନ ସଂଗ୍ରହ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲାରେ ୧୧୧୮ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ୨ଲକ୍ଷ ୪୩ ହଜାର ୨୧୯ଜଣ ଚାଷୀଙ୍କୁ ଧାନ ବିକିବା ପାଇଁ ୨ ଲକ୍ଷ ୪୯ ହଜାର ୯୩୨ଟି ଆଗୁଆ ଟୋକେନ ଦିଆଯାଇଛି ।
ଚଳିତ ଖରି‘ ଧାନ ସଂଗ୍ରହ କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ବରଗଡର ୨୬ ହଜାର ୬୦୮ଜଣ ଚାଷୀ ୧୮ଲକ୍ଷ ୩୪ ହଜାର୨୧୪ କ୍ୱିଣ୍ଟାଲ ଧାନ ବିକ୍ରି କରିଥିବାବେଳେ ବଲାଙ୍ଗୀରର ୩୯୫୯ ଜଣ ଚାଷୀ ୨ଲକ୍ଷ ୮୩ହଜାର ୩୫୯ କ୍ୱିଣ୍ଟାଲ,ବୌଦ୍ଧ ୨୮୬ଜଣ ଚାଷୀ ୧୪ ହଜାର ୭୮୨ କ୍ୱିଣ୍ଟାଲ,କଳାହାଣ୍ଡି ୭୨୭୫ ଜଣ ଚାଷୀ ୪ଲକ୍ଷ ୯୬ହଜାର ୭୧୮ କ୍ୱିଣ୍ଟାଲ,କୋରାପୁଟ ୧୮୩୯ ଜଣ ଚାଷୀ ୧ଲକ୍ଷ ୨୬ହଜାର ୫୪୧ କ୍ୱିଣ୍ଟାଲ,ମାଲକାନାଗିରିର ୪୭୧୨ ଜଣ ଚାଷୀ ୧ଲକ୍ଷ ୮୩ହଜାର ୨୩୩ କ୍ୱିଣ୍ଟାଲ,ନବରଙ୍ଗପୁର ୧୨୧୧ଜଣ ଚାଷୀ ୭୮ହଜାର ୪୦୨ କ୍ୱିଣ୍ଟାଲ ,ନୂଆପଡାର ୨୯୮୧ ଜଣ ଚାଷୀ ୧ଲକ୍ଷ ୨୮ ହଜାର ୯୮୬ କ୍ୱିଣ୍ଟାଲ, ସମ୍ବଲପୁର ୪୭୬୬ ଜଣ ଚାଷୀ ୪ଲକ୍ଷ ୨୮ ହଜାର ୯୪୮ କ୍ୱିଣ୍ଟାଲ ଓ ସୁବର୍ଣ୍ଣପୁରର ୪୩୧୮ ଜଣ ଚାଷୀ ୩ ଲକ୍ଷ ୬୭ ହଜାର ୭୫୫ କ୍ୱିଣ୍ଟାଲ ଧାନ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି । ସେହିପରି ଆଜି ସୁଦ୍ଧା ୫୨,୯୨୬ଜଣ ଚାଷୀଙ୍କୁ ସେମାନଙ୍କର ଧାନବିକ୍ରି ଅର୍ଥ ବିବାଦକୁ ମୋଟ ୫୮୩ କୋଟି ୭ଲକ୍ଷ ୫୦ ହଜାର ୮୪୮ ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇଛି ।
previous post