ଭାରତ

ଭାରତରେ ଆଜିଠୁ 5G ସେବା ଆରମ୍ଭ

ବ୍ୟୁରୋ : ଅନେକ ଦିନରୁ 5G ସେବାପାଇଁ କାମ ଚାଲିଥିଲା । କିନ୍ତୁ ସବୁ ପରିଶ୍ରମ ଆଜି ସଫଳ ହେବାକୁ ଯାଉଛି । ତେବେ ଆଜି ଭାରତରେ ପ୍ରଯୁକ୍ତି ଯୁଗର ଆରମ୍ଭ କରିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆଦିଲ୍ଲୀ ପ୍ରଗତି ମଇଦାନ ଠାରେ ୧୦ ସମୟରେ 5G ସେବାର ଶୁଭାରମ୍ଭ ହେଲା ।

 

ତେବେ ଏହି 5G ଏକ ୱେୟାରଲେସ ବ୍ରଡ୍‌ବ୍ୟାଣ୍ଡ ସେବା ଅଟେ । ୧୦ ସେକେଣ୍ଡରେ ଡ଼ାଉନଲୋଡ ହେବ 2GB । 5G ଶୁଭାରମ୍ଭ ଅବସରରେ ଆଇ. ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ଏଥିରେ ତିନିଟି ଫ୍ରିକ୍ୱେନ୍ସି ବ୍ୟାଣ୍ଡ ରହିଛି । ତାହା ହେଲା ଲୋ, ମିଡ ଓ ହାଇ ଫ୍ରିକ୍ୱେନ୍ସି । ସବୁରେ ସିଗନାଲ ଓ ସ୍ପିଡର ଅନ୍ତର ରହିଛି ।

ପ୍ରଥମ ପର୍ଯ୍ୟାୟରେ ୧୩ଟି ପ୍ରମୁଖ ସହରରେ ମିଳିବ 5G ସେବା । ପରବର୍ତ୍ତୀ ୨ ବର୍ଷ ମଧ୍ୟରେ ସମଗ୍ର ଦେଶବାସୀଙ୍କୁ ମିଳିବ ଏହି ସୁବିଧା । ତେବେ ଟେଲିକମ ଡିଜିଟାଲ ଇଣ୍ଡିଆର ଗେଟୱେରେ ପରିଣତ ହୋଇଛି । ଏହି ଶୁଭାରମ୍ଭରେ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ଦେଉଛନ୍ତି । ସେଥିରେ ଦେଶର ସାମାଜିକ, ଆର୍ଥିକ କ୍ଷେତ୍ରରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି ବୋଲି ମୋଦି କହୁଛନ୍ତି । ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ବ୍ୟାଙ୍କିଙ୍ଗରେ ଦୃତ ପ୍ରଗତି ହେବାକୁ ଯାଉଛି ।

ତେବେ ଓଡ଼ିଶାରେ ସର୍ବପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ମୟୂରଭଞ୍ଜ ପାହାଡ଼ପୁର ଠାରେ ଶୁଭାରମ୍ଭ ହେବାକୁ ଯାଉଛି ହାଇସ୍ପିଡ଼ 5G ଇଣ୍ଟରନେଟ ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିବାକୁ ଥିବା ବେଳେ ରାଷ୍ଟ୍ରପତିଙ୍କ ସ୍କୁଲ ଏସ.ଏଲ.ଏସ. ସ୍ମାରକୀ ଆବାସିକ ବିଦ୍ୟାଳୟ ସିଧାସଳଖ ଏହି  କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଯାଉଛି ।ଏହି ସେବା 4G ଠାରୁ ୧୦ ଗୁଣା ଅଧିକ ହାଇସ୍ପିଡ ଇଣ୍ଟରନେଟର ସେବା ଯୋଗାଇବ ବୋଲି ଭାଷଣରେ କହୁଛନ୍ତି ମୋଦି ।

Related posts

୩ ନୂଆ ଅପରାଧିକ ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରୀ

mahabharatanews

ବିଜେପିରେ ଯୋଗ ଦେଲେ ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ

mahabharatanews

୯ଟି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣା

mahabharatanews