ଭାରତ

୩ ନୂଆ ଅପରାଧିକ ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରୀ

(ଦିଲ୍ଲୀ) : ୩ଟି ନୂଆ ଅପରାଧିକ ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିଛି । ପୂର୍ବରୁ ୩ଟିଯାକ ବିଲ୍ ଲୋକସଭା ଓ ରାଜ୍ୟସଭାରେ ପାସ୍‌ ହୋଇଥିଲା ସଂସଦରେ ପାସ୍‌ ପରେ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ଯାଇଥିଲା । ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୩ ଅପରାଧିକ ବିଲ୍‌କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି । ଏହାର ଅର୍ଥ ଏବେ ଏହା ଆଇନର ପରିଣତ ହୋଇଛି ।

ସୂଚନାନୁଯାୟୀ , ବ୍ରିଟିଶ ଅମଳରୁ ଲାଗୁ ହେଉଥିବା ଆଇପିସି, ସିଆରପିସି ଓ ପ୍ରମାଣ ଆଇନ ଆଉ ନାହିଁ । ନ୍ୟାୟିକ ବ୍ୟବସ୍ଥାରେ ଏହାକୁ ଲାଗୁ ହୋଇନାହିଁ। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଦେଶରେ ଲାଗୁ ହେବ। ଏହାକୁ ଆଧାର କରି ଦୋଷୀଙ୍କୁ ଦଣ୍ଡବିଧାନ କରାଯିବ। ଏହି ଶ୍ରେଣୀରେ ଆସୁଥିବା ଅପରାଧ ଧାରା ୧୫୦ ଅଧୀନରେ ବିଚାର କରାଯିବ। ଡିସେମ୍ବର ୨୦ ଏହି ବିଲ ଲୋକସଭା ଓ ୨୧ ତାରିଖରେ ରାଜ୍ୟସଭାରେ ପାସ୍‌ ହୋଇଥିଲା।

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

mahabharatanews

ଶପଥ ସମୟରେ ଫିଲିସ୍ତିନ ନାରା ଦେଇ ଫସିଲେ ଅସଦୁଦ୍ଦିନ ଓୱେସୀ

mahabharatanews

ଆଜିଠୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ 

mahabharatanews