ଓଡିଶା

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ଶ୍ରୀ ପାଣ୍ଡିଆନ୍

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଭୋର୍ ୫ଟା ରୁ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ପରିଦର୍ଶନ କରିଛନ୍ତି । ବିଭିନ୍ନ କାର୍ଯ୍ୟକଳାପର ଅଗ୍ରଗତିର ସମୀକ୍ଷା କରିବା ସହ ଶୀଘ୍ର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିଛନ୍ତି ।

ସୂଚନାନୁଯାୟୀ , ବସ୍ ଟର୍ମିନାଲ କେବଳ ଓଡିଶାର ବାସିନ୍ଦାଙ୍କ ପାଇଁ ନୁହେଁ ବରଂ ପଡୋଶୀ ରାଜ୍ୟମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନ ହବ୍ ହେବାକୁ ପ୍ରସ୍ତୁତ ହେଉଛି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ୍ ଯାତ୍ରୀମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ସୁବିଧା, ୱେଟିଂ ହଲ୍, ପରିମଳ ସୁବିଧା, ବସ୍ ଚଳାଚଳ, ଏଫ୍ ଆଣ୍ଡ ବି ଆଉଟଲେଟ୍, ଆଲୋକୀକରଣ ଏବଂ ଶୌଚାଳୟ ସୁବିଧାକୁ ନେଇ ସମୀକ୍ଷା କରିଛନ୍ତି । ଏହା ସହ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର (ଓସିସି) କୁ ପ୍ରଶଂସା କରିଥିଲେ । ଅବଶିଷ୍ଟ ସମାପ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ଫେବୃଆରୀ ମଧ୍ୟଭାଗରେ ଓଡିଶାର ଲୋକଙ୍କୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ କରକିବା ନେଇ ସେ ବିଡିଏର ଚିମ୍ କୁ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟର୍ମିନାଲ୍ ଡିଜାଇନ୍ କରାଯାଇଛି ଏବଂ ସେମାନଙ୍କୁ ଏକ ଆରାମଦାୟକ ଏବଂ ସୁବିଧାଜନକ ଯାତ୍ରାର ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଗସ୍ତ ସମୟରେ ଭିସି ବିଡିଏ, ଡିସିପି ଭୁବନେଶ୍ୱର, ବିଏମସି କମିଶନର, ବିଡିଏର ବରିଷ୍ଠ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଏଜେନ୍ସି ଉପସ୍ଥିତ ଥିଲେ ।

Related posts

ଆଜିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ 

mahabharatanews

ନୂତନ ଏସପିଙ୍କ ଥାନା ପରିଦର୍ଶନ

mahabharatanews

କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

mahabharatanews