ଓଡିଶା

ବିଶିଷ୍ଟ ଶିକ୍ଷାବିତ ତଥା ଜିଶି କଲେଜ୍ ର ପ୍ରାକ୍ତନ ଅଧକ୍ଷ ଙ୍କ ପରଲୋକ

ବରୀ / ପ୍ରଶାନ୍ତ ଦ୍ବିବେଦୀ : ବିଶିଷ୍ଟ ଶିକ୍ଷାବିତ୍ ତଥା ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ କୃଷ୍ଣ ଚରଣ ଓଝା ଙ୍କ ଦେହାନ୍ତ ପରେ ସମଗ୍ର ବରୀ ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି। କେବଳ ଶିକ୍ଷକତାନୁହେଁ ସମାଜ ସେବୀ, ପରିବେଶ ସୁରକ୍ଷା ଓ ବିକଶିତ ବରୀ ଗଠନ କ୍ଷେତ୍ରରେ ଯିଏ ସବୁବେଳେ ଚିନ୍ତା କରିଥାନ୍ତି ସେ ହେଉଛନ୍ତି କୃଷ୍ଣ ଚରଣ ଓଝା। ଆଖିରୁ ଝରୁଥିବା ଲୁହ ଓ ନିରବତା ପଛରେ ଲୁଚି ରହିଥିବା ଦୁଃଖ ବୁଝି ପାରୁଥିବା ମଣିଷ ଯଦି କିଏ ଥାଆନ୍ତି ସେ ହେଉଛନ୍ତି ଶିକ୍ଷାବିତ୍ କୃଷ୍ଣ ଚରଣ ଓଝା। ପାଠ ପଢା ପରେ ସେ ଅଧ୍ୟାପକ ଭାବରେ ଶିକ୍ଷା ବାଣ୍ଟିଥିଲେ। ଶେଷ ପାଞ୍ଚ ବର୍ଷ ସେ ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ର ଅଧକ୍ଷ ଭାବେ ଶିକ୍ଷାଦାନ କରି ଅବସର ନେଇଥିଲେ। ପରେ ରାଜନୀତିରେ ମଧ୍ୟ ପାଦ ଥାପିଥିଲେ। ହେଲେ ସାଥ ଦେଉନଥିଲା ବୟସ ସାଙ୍ଗକୁ ଶାରୀରିକ ଅସୁସ୍ଥତା। ସେହିପରି ସଂସାର କହିଲେ ପତ୍ନୀ ସୁରେଖା ଓଝା ଜଣେ ଭଲ ଡାକ୍ତର ଭାବେ ବରୀ ଅଞ୍ଚଳରେ ବେଶ୍ ପରିଚିତ। ତିନୋଟି ପୁଅ ସମସ୍ତେ ଉଚ୍ଚ ଶିକ୍ଷିତ। ବଡ ପୁଅ ବରୀ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ମଝିଆ ପୁଅ ଇଞ୍ଜିନିୟର ଓ ସାନ ପୁଅ ମଧ୍ୟ ଡ଼ାକ୍ତର। ବେଶ୍ ଖୁସିରେ ଚାଲୁଥିଲା ସୁନାର ସଂସାର। ହେଲେ ସ୍ଵର୍ଗତ ଓଝା କିଛି ମାସ ଧରି ଅଶୁସ୍ଥ ଥିଲେ। ତାଙ୍କର ଏଭଳି ଦେହାନ୍ତ ପରିବାର ବର୍ଗକୁ ବହୁତ୍ ଦୁଃଖ ଦେଇଛି। ମୃତୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ତାଙ୍କର ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ଶିକ୍ଷାବିତ୍,ବୁଦ୍ଧିଜୀବୀ ବିଭିନ୍ନ ଶିକ୍ଷାନୁଷ୍ଠାନ ର କର୍ମକର୍ତ୍ତା, ଙ୍କ ସମେତ ବରୀ ବିଧାୟିକା ସୁନନ୍ଦା ଦାସ, ରାଜ୍ୟ ବିଜେଡ଼ି ସମ୍ପାଦକ ବିଶ୍ଵ ରଞ୍ଜନ ମଲ୍ଲିକ, ବରୀ ବିଜେପି ନେତା ଉମେଶ ଜେନା, କଂଗ୍ରେସ ଯୁବ ନେତା ଅମରେଶ ପରିଡ଼ା, ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ଵର୍ଗତ ଓଝା ଙ୍କ ମର ଶରୀର କୁ ବରୀ ବଜାର ଦେଇ ନିଜ ଗାଁକୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା।ଓ ପରେ ନିଜ ଶ୍ମଶାନ ରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

Related posts

ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଓଲଟିଲା ବସ, ବର୍ତ୍ତିଲେ ଯାତ୍ରୀ

mahabharatanews

ହେଲପିଙ୍ଗ ହ୍ୟାଣ୍ଡର ଦ୍ୱାରା ମୁମୂର୍ଷୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର

mahabharatanews

ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନଜଣାଇଲେ ଅଭିନନ୍ଦନ

mahabharatanews