ଓଡିଶା

ସମଲେଇ ଯୋଜନାର ଅଗ୍ରଗତି ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ୱର: ସମ୍ବଲପୁର ଗସ୍ତରେ 5T ସଚିବ । ଆଜି ସମ୍ବଲପୁର ଯାଇ ସମଲେଇ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି 5T ସଚିବ । ଆଜି ସକାଳୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,5T ସଚିବ ଭି.କେ ପାଣ୍ଡିଆନଙ୍କ ନେତୃତ୍ୱରେ ସଚିବ ସ୍ତରୀୟ ଟିମ୍ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହ ସମଲେଇ ଯୋଜନାରେ ହେଉଥିବା ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସମଲେଇ ମନ୍ଦିର ବୁଲିବା ସହ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବିଷୟରେ ମନ୍ଦିର ପୂଜକ, ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରକଳ୍ପ କାମ କିପରି ଶୀଘ୍ର ଶେଷ ହେବ ସେନେଇ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ଏହି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,5T ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍.ଭିନିଲ କ୍ରିଷ୍ଣା ଏବଂ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନା ଅନୁଯାୟୀ, ପ୍ରଥମେ ଜମାଦାରପାଲି ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ମନ୍ଦିର ପହଞ୍ଚିବା ପରେ ଏହି ସଚିବ ସ୍ତରୀୟ ଟିମ୍ ମନ୍ଦିର ପରିସରକୁ ଆସିଥିଲେ । ସମଲେଇ ଯୋଜନା ଅନ୍ତର୍ଗତ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚାରି ପାଖରେ ଚାଲିଥିବା ଜମି ଅଧିଗ୍ରହଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ବ୍ୟତୀତ ମନ୍ଦିର ଉନ୍ନତିକରଣ ନିମନ୍ତେ ମନ୍ଦିର ପଛପାଖରେ କାର୍ଯ୍ୟକାରୀ କରାଯାଉଥିବା ରିଭର୍ ଭ୍ୟୁ ଯୋଜନାର ଅନୁଧ୍ୟାନ ମଧ୍ୟ କରିଥିଲେ। ଏହି ସବୁ କାର୍ଯ୍ୟର ସମୀକ୍ଷା ବ୍ୟତୀତ ଏହି ଟିମ୍ ଦୁର୍ଗାପାଲି କୁସୁମପଡାକୁ ଯାଇ ଥଇଥାନ ଓ ପୁନର୍ବାସ ପ୍ରକଳ୍ପ ଯୋଜନାର ଅନୁଧ୍ୟାନ କରିବା ସହ ବିସ୍ଥାପିତଙ୍କୁ ଯେପରି ସମସ୍ତ ପ୍ରକାର ମୌଳିକ ସୁବିଧା ମିଳି ପାରିବ ସେ ନେଇ ଫୋକସ୍ ରଖିଛନ୍ତି । ତେବେ ଏହି ସମୀକ୍ଷା ପରେ ଜମାଦାରପାଲି ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ଏହି ସଚିବ ସ୍ତରୀୟ ଦଳ।

Related posts

ଅନୁଷ୍ଠିତ ହେଲା ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜେନ୍ଦ୍ରାଭିଷେକ ନୀତି

mahabharatanews

ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ

mahabharatanews

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ 

mahabharatanews