ଭାରତ

ବୈଷୟିକ ତ୍ରୁଟି ଯୋଗୁଁ କରାଚୀରେ ଅବତରଣ କଲା କତାର୍‌ ଏୟାର୍‌ୱେଜ୍‌ର ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର୍‌ ଏୟାର୍‌ୱେଜ୍‌ରେ ବୈଷୟିକ ତ୍ରୁଟି ଦେଖା ଦେଇଛି । ଗୋଟାଏ ବିମାନର ମାଲ୍‌ପତ୍ର ଥିବା ପ୍ରକୋଷ୍ଠରେ ଧୂଆଁ ଉଠିବାରୁ ଗତିପଥ ପରିବର୍ତ୍ତନ କରି ତାହାକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି । ଉକ୍ତ ବିମାନ (କ୍ୟୁଆର୍‌୫୭୯)ରେ ୧୦୦ରୁ ଉର୍ଧ୍ଵ ଯାତ୍ରୀ ଥିଲେ। ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଆଉ ଗୋଟାଏ ବିମାନ ବ୍ୟବସ୍ଥା କରାଯାଉଥିବା ବେଳେ ଏହି ଘଟଣା ବିଷୟରେ ତଦନ୍ତ ଚାଲିଛି । ଏବଂ ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଗୋଟାଏ ରିଲିଫ୍‌ ବିମାନର ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ, ଦିଲ୍ଲୀରୁ ଆଜି ପାହାନ୍ତା ୩.୫୦ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ଭୋର୍‌ ୫.୩୦ରେ କରାଚୀରେ ଅବତରଣ କରିଥିଲା।

Related posts

ପ୍ରଧାନମନ୍ତ୍ରୀଙ୍କୁ ‘ଲିଜନ୍ ଅଫ୍ ଅନର’ ସମ୍ମାନ

mahabharatanews

ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ରୋଡ୍‌ ସୋ

mahabharatanews

 ଝାଲାୱାଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା,୯ ମୃତ

mahabharatanews