(ପୁରୀ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ -ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ପୁରୀ ଜିଲ୍ଲା ପରିଦର୍ଶନ କରି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ସମୀକ୍ଷା କରିଛନ୍ତି ।
ସୂଚନାନୁଯାୟୀ , କୃଷ୍ଣପ୍ରସାଦର କମଲେଶ୍ୱର ମନ୍ଦିର ପରିଦର୍ଶନ କରି ସେବାୟତ, ଟ୍ରଷ୍ଟି ସଦସ୍ୟ ତଥା ସାଧାରଣ ଜନତାଙ୍କ ସହ ମନ୍ଦିରର ବିକାଶ ନେଇ ଆଲାଚନା କରିଛନ୍ତି । ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ତଥା ମନ୍ଦିରର ପରିବର୍ତ୍ତନ ତଥା ଆନୁଷଙ୍ଗିକ ତୀର୍ଥଯାତ୍ରୀ / ପର୍ଯ୍ୟଟନ ସୁବିଧା ଉପରେ ଆଲୋଚନା କରିଛନ୍ତି । ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହା ସହିତ କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପିପିଲି, ଡେଲାଙ୍ଗ, ପୁରୀ, ଗୋପ, ସତ୍ୟବାଦୀ ବ୍ଲକରେ 1075 କୋଟି ବ୍ୟୟରେ ଚାଲିଥିବା ମେଗା ଜଳ ପ୍ରକଳ୍ପ ର ତଦାରଖ କରିଛନ୍ତି । ପୁରୀର କଲେଜ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ । ୫୧ .୭୫ କୋଟି ଟଙ୍କା ବ୍ୟୟରେ ୪୮ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୩୫ ଡିଗ୍ରୀ କଲେଜକୁ ୫ଟି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ସମ୍ପର୍କରେ ସୂଚନା ଦେଇଥିଲେ ।
