ଓଡିଶା

ଏକାମ୍ର ପ୍ରକଳ୍ପର ଅଗ୍ରଗତି ନେଇ ୫-ଟି ସଚିବଙ୍କ ସମୀକ୍ଷା

 (ଭୁବନେଶ୍ୱର) : ଏକାମ୍ର ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାରଙ୍କ ତତ୍ପର  । ପ୍ରଥମେ ତାଲେଶ୍ୱରରୁ କୋଟିତୀର୍ଥେଶ୍ୱର ରାସ୍ତା, ଓ ସାନେଟୋରିୟମ୍ ଛକରୁ ତାଲେଶ୍ୱର ପର୍ଯ୍ୟନ୍ତ ବକ୍ସ ଡ୍ରେନ୍ ଆରମ୍ଭ ହେବ । ପରେ ସର୍ବସାଧାରଣ ସୁବିଧା ନିମନ୍ତେ ପଶ୍ଚିମ ଓ ଉତ୍ତର ପାଶ୍ୱର୍ ପାର୍କିଂ, ପୂର୍ବଦ୍ୱାର ଛକର ଉଭୟ ପାର୍ଶ୍ୱ ଓ ବାହ୍ୟ ପ୍ରବେଶ ରାସ୍ତାରେ ସଂପ୍ରସାରଣ ଏବଂ ଶ୍ରୀଲିଙ୍ଗରାଜ ହାଟ ଓ ଦକ୍ଷିଣ ପଶ୍ଚିମ ପାଶ୍ୱର୍ରେ ପାର୍କିଂ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ପ୍ର୍ରସ୍ତୁତ ଡିଜାଇନ ଅନୁସାରେ ଆନୁସଙ୍ଗିକ ଯନ୍ତ୍ରପାତି କିଣିବାକୁ ନିୟୋଜିତ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଏକାମ୍ର ପ୍ରକଳ୍ପର ଅଗ୍ରଗତି ନେଇ ୫-ଟି ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , କ୍ଷେତ୍ର ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଏକାମ୍ର କ୍ଷେତ୍ରର ସ୍ଥାପତ୍ୟ ଓ ପ୍ରତ୍ନତାତ୍ତ୍ୱିକ ଐତିହ୍ୟର ବିକାଶ ସହ ଟ୍ରାଫିକ୍ ଚଳାଚଳ ପାଇଁ ୧୨ରୁ୧୮ ମିଟର ପ୍ରଶସ୍ତ ରାସ୍ତା ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ବିନ୍ଦୁସାଗରରୁ ଅନନ୍ତ ବାସୁଦେବ ମନ୍ଦିର ଯାଏ ରାସ୍ତା ଚଉଡ଼ା ଯୋଗୁଁ ଶ୍ରାଦ୍ଧକର୍ମ ପାଇଁ ଅଧିକ ସ୍ଥାନ ମିଳିବ । ଦେଢ଼ ବର୍ଷରେ ସରିବ ଏହି ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୨୮୦ କୋଟି ଟଙ୍କା । ୧୦୧ ଜଣଙ୍କ ଠାରୁ ୧୧୪ଟି ପ୍ଲଟ୍ ସିଧାସଳଖ କିଣାଯାଇଛି । ଆଗକୁ ୫.୭ ଏକର ଜାଗା ଅଧିଗ୍ରହଣ କରାଯିବ ବୋଲି ପ୍ରସ୍ତାବ ରହିଛି ବୋଲି ପାଣ୍ଡିଆନ କହିଛନ୍ତି  ।

Related posts

ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା, ଲୋକେ ବୋହି ନେଲେ ଆଳୁ

mahabharatanews

ପ୍ରଚାର ପ୍ରସାର ପାଇଁ ହାତ ଖୋଲିଛନ୍ତି : ଅଭିଯୋଗ ଉପରେ ପଡୁନି ଦୃଷ୍ଟି

mahabharatanews

ବିଚ ରାସ୍ତାରେ ଚଳନ୍ତା କାରରେ ନିଆଁ

mahabharatanews