ଓଡିଶା

ଶରଣକୁଳରେ ସଡକ ଦୁର୍ଘଟଣାରେ ୬ ମୃତ

ନୟାଗଡ: ନୟାଗଡ଼ ଶରଣକୁଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ । ଗୋଟିଏ ଡମ୍ପର ବାଇକ୍‌କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଲୋକଙ୍କ ଉପରେ ଚଢ଼ି ଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଅପରାହ୍ନରେ ନୟାଗଡ଼ରୁ ଦ୍ରୁତ ଗତିରେ ଏକ ଡମ୍ପର ଆସୁଥିବା ବେଳେ ଶରଣକୁଳ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ ସହ ଧକ୍କା ଖାଇବା ପରେ ଡମ୍ପରଟି ଭାରସାମ୍ୟ ହରାଇ ରାସ୍ତା କଡକୁ ମାଡି ଯାଇଥିଲା । ଫଳରେ ରାସ୍ତା କଡରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଡମ୍ପର ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ୨ ଆହତଙ୍କୁ ନୟାଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସମସ୍ତ ଲେ।।କ ସ୍ଥାନୀୟ ଅଞ୍ଚଳର।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଶରଣକୁଳ ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ପୁଲିସ ଅଟକ ରଖିବା ବେଳେ ଡ୍ରାଇଭରକୁ ଗିରଫ କରିଛି ।

SR

Related posts

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିବେ ଅନୁ ଗର୍ଗ

mahabharatanews

ପତିତପାବନ ଦର୍ଶନ କରି ଫେରିବା ବେଳେ ଟଳିପଡିଲେ ଭକ୍ତ

mahabharatanews

ଆଇଟି ବିଭାଗର ଉପଦେଷ୍ଟା ହେଲେ ଅନୁଭବ

mahabharatanews