ଓଡିଶା

ଅପରାହ୍ନ ସୁଦ୍ଧା ପୋଲିଂ ପାର୍ଟି ବୁଥରେ ପହଞ୍ଚିବେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏହାରି ମଧ୍ୟରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ହେବାକୁ ଥିବା ଏହି ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏନେଇ ଆଜି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଅପରାହ୍ନ ସୁଦ୍ଧା ପୋଲିଂ ପାର୍ଟି ବୁଥରେ ପହଞ୍ଚିବେ। ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ ଚାଲିବ। ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ଫ୍ଲାଗମାର୍ଚ୍ଚ କରୁଛି । ଏଥର ପଞ୍ଚାୟତ ନିର୍ବାଚନରେ ୬୭୯୪ ଗ୍ରାମପଞ୍ଚାୟତର ୯୧,୯୧୩ ୱାର୍ଡରେ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିବେ।

Related posts

ବିଜେବି କଲେଜ କ୍ୟାମ୍ପସରେ ୩ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଣଛାତ୍ର

mahabharatanews

ସାଲେପୁର ସଦର ମହକୁମା ହାଇସ୍କୁଲ ପଡ଼ିଆରେ ଧୁମଧାମରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ

mahabharatanews

ଓୟୁଏଟି ଭେଟେନ।ରୀ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନ ପରୀକ୍ଷା ଦାବି

mahabharatanews