ଭାରତ

ଏକ ବାଣ ଦେକାନରେ ନିଆଁ ଲାଗି ୬ ମୃତ

ଚେନ୍ନାଇ: ତାମିଲ ନାଡୁର କାଲ୍ଲାକୁରିଚି ଜିଲ୍ଲାର ଏକ ବାଣ ଦେକାନରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ । ଗତକାଲି ରାତିରେ ଦୋକାନରେ ନିଆଁ ଲାଗିଯିବାରୁ ଏପରି ଅଭାବନୀୟ ଘଟଣା ଘଟିଛି । କାଲ୍ଲାକୁରିଚି ଜିଲ୍ଲାର ଶଙ୍କରାପୁରମ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି ।
ଏହି ଦୁର୍ଘଟଣା ପରେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରେ ଦୋକାନ ମାଲିକ ଓ କର୍ମଚାରୀ ଥିବା ସନ୍ଦେହ କରାଯାଉଛି । ଦୋକାନ ଥିବା କୋଠାରେ ବହୁ ପରିମାଣର ଜ୍ୱଳନ ସାମଗ୍ରୀ ଥିବାରୁ ଏତେ ପରିମାଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଇଛି । ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଆଁ ଲାଗିବା ପରେ କିପରି ଆକାଶ ଉଜ୍ୱଳ କମଳା ରଙ୍ଗରେ ରଙ୍ଗୀନ ହୋଇଯାଇଥିଲା ତାହା ଦେଖିବାକୁ ମିଳୁଛି ।
ଦୁର୍ଘଟଣା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ସହାୟତା ରାଶି ଓ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ବ୍ୟକ୍ତି ପିଛା ୧ ଲକ୍ଷ ଟଙ୍କା ଲେଖା ଘୋଷଣା କରିଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ସେ ଦୁôôଃଖ ପ୍ରକାଶ କରିଛନ୍ତି ।

Related posts

ପ୍ରଗତି ମଇଦାନରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ

mahabharatanews

ଭଜନ ଶୁଣିବା ପଇଁ ଏଣ୍ଟ୍ରି ଟିକେଟ ନୁହେଁ ରୁଟି ଧରି ପହଞ୍ଚିଲେ ଲୋକେ

mahabharatanews

ରାମଲଲ୍ଲାଙ୍କ ପ୍ରଥମ ହୋଲି  

mahabharatanews