Uncategorized

ଚାଲିଚାଲି ଯାଉଥିବା ପ୍ରାବସୀଙ୍କ ଉପରେ ମାଡିଗଲା ବସ, ୬ ମୃତ

ମୁଜଫରନଗର: ଦୁର୍ଘଟଣାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା ଥମିବାର ନାମ ନେଉନାହିଁ । ପୁଣି ଉତ୍ତରପ୍ରଦେଶର ମୁଜଫରନଗରରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୬ ପ୍ରବାସୀଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକମାନେ ବିହାର ଗୋପାଳଗଞ୍ଜର ବୋଲି ଜଣାପଡ଼ିଛି। ବିହାରର ଏହି ଯୁବକ ଚାଲି ଚାଲି ଯାଉଥିବା ସମୟରେ ବସ୍‌ ଚଢ଼ିଯାଇଥିଲା । ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଲୌଲୀ ଚେକ୍‌ପୋଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟ ୪ ଶ୍ରମିକ ଏଥିରେ ଗୁରୁତର ଆହତ ହୋଇଛନ୍ତି।
ପଞ୍ଜାବରେ କାମ କରୁଥିବା ବିହାର ଶ୍ରମିକ ଲକଡାଉନରେ ହଇରାଣ ହେବା ପରେ ଶେଷରେ ନିଜ ଗାଁକୁ ଫେରୁଥିଲେ ଚାଲିଚାଲି । ଗତକାଲି ବିଳମ୍ବିତ ରାତିରେ ମୁଜଫରନଗର-ସହାରନପୁର ରାଜ୍ୟ ରାଜପଥ-୫୯ରେ ଚାଲି ଚାଲି ଯାଉଥିଲେ। ରାତି ପ୍ରାୟ ୧୧ଟା ୪୫ରେ ଏକ ବସ୍‌ ଶ୍ରମିକମାନଙ୍କ ଉପରେ ଚଢ଼ି ଯାଇଥିଲା। ଅନ୍ଧାର ଯୋଗୁ ଡ୍ରାଇଭର ବସ୍‌କୁ ନେଇ ଫେରାର ହୋଇଯାଇଥିଲା।

Related posts

୫୦ ଭାବଶାଳୀ ଭାରତୀୟଙ୍କ ମଧ୍ୟରେ ନବୀନ ୧୦

mahabharatanews

ଫିଲ୍ମ ‘ଅନୁ ମ୍ୟାଡ଼ମ’

mahabharatanews

କୋଭିଡ୍ ସଂକ୍ରମିତ ହେଲେ ବିରାଟ କୋହଲି

mahabharatanews