ଓଡିଶା

ରେଳ ଦୁର୍ଘଟଣା: ୭ ଜଣ ରେଳ କର୍ମଚାରୀ ନିଲମ୍ବିତ 

(ବାଲେଶ୍ଵର) : ବାହାନଗା ରେଳ ଦୁର୍ଘଟଣାକୁ ଦେଢ଼ ମାସ ହୋଇଯାଇଥିଲେ ମଧ୍ୟ ସେ ରାତିର କରାଳ କାୟ ଦୃଶ୍ୟ ମନରୁ ଯାଉନି । ସେପଟେ ୩ ଅଭିଯୁକ୍ତ କୋର୍ଟ ଚଲାନ ହୋଇଥିବା ବେଳେ ବାହାନଗା ଟ୍ରେନ୍ ଦୁର୍ଘଟଣା ସହିତ ଜଡ଼ିତ ୭ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଏନେଇ ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଗତ ଜୁନ୍‌ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ଥିଲା। ତେଣୁ ରେଳବାଇ ସେମାନଙ୍କୁ ମଧ୍ୟ ନିଲମ୍ବନ କରିଛି।

 ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।

Related posts

ସଡକ ଦୁର୍ଘଟଣାରେ ଜୀବନ ହାରିଲେ ଯୁବକ

mahabharatanews

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତଳିକା ଦାହ

mahabharatanews

ସନ୍ଦେହଜନକ ଅବସ୍ଥାରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews