ଓଡିଶା

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

ସ୍ଥାନୀୟ ଅନୁଗୁଳ ସହର ଟାଉନହଲ ଠାରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ  ମହାସମାରୋହରେ ପାଳନ ହୋଇଯାଇଛି।  ସମାରୋହରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶ୍ରୀ ବେହେରା ସମବାୟର ଉନ୍ନତିକରଣ କ୍ଷେତ୍ରରେ ସରକାର ବିଭିନ୍ନ ନୂତନ ପଦକ୍ଷେପ ଗୁଡ଼ିକ ନେଇଥିବା ସହିତ କିଭଳି ସମବାୟ ମାଧ୍ୟମରେ ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ତାହା ଆଲୋକପାତ କରିଥିଲେ। ଏହାସହ ସେ ପ୍ରତି ଗ୍ରାମ ପଞ୍ଚାୟତରେ କିଭଳି ଗୋଟିଏ ଲେଖା ପ୍ରାଥମିକ କୃଷି ସମବାୟ ସମିତି ଗଠନ କରାଯିବ ସେ ଦିଗରେ ସରକାର ପଦକ୍ଷେପ ନେଇଥିବା ସଭାରେ ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଶାନ୍ତନୁ ସର,  ସମ୍ମାନନୀୟ ବକ୍ତା ଭାବରେ ଧରଣୀଧର ନାଥ, ପୂର୍ବତନ ବରିଷ୍ଠ ପ୍ରଶାସକ, ସମବାୟ ଆନ୍ଦୋଳନର ଐରାରମ୍ଭ ଏବଂ ଆଜିର ଦିନରେ ଏହା କିଭଳି ସଶକ୍ତ ହୋଇଅଛି ତାଙ୍କ ଅଭିଭାଷଣରେ ଜଣାଇଥିଲେ। ଏହାସହ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଅନୁଗୁଳ ସମବାୟ ସମିତି ମାଧ୍ୟମରେ କିଭଳି ବିଭିନ୍ନ ପ୍ରକାର ସେବାଗୁଡ଼ିକ ଏକକ କେନ୍ଦ୍ରରେ ଉପଲବ୍ଧ ହେଉଅଛି ତାଙ୍କ ଅଭିଭାଷଣରେ ରଖିଥିଲେ।

ଏହାଛଡା ସେ ପ୍ରତେକ ସମବାୟ ସମିତି ପାଇଁ ରାଜସ୍ବ ବିଭାଗ ପକ୍ଷରୁ ୧ଏକର ଜମି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେଇଭଳି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ ଏବଂ ଅନୁଗୁଳ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ବୈଠକରେ ଉପସ୍ଥିତ ସମବାୟ ସମିତି ସହିତ ଜଡ଼ିତ ଥିବା କାର୍ଯ୍ୟକର୍ତ୍ତା ତଥା ସମବାୟ ବିତ୍ ମାନଙ୍କୁ ପ୍ରାଥମିକ ସ୍ତରରେ ସମବାୟ ଅନୁଷ୍ଠାନ ଗୁଡିକର ଉ ଉତ୍ତରତର ଉନ୍ନତି ହୋଇପାରିବ ତାହା ଉପରେ ବକ୍ତବ୍ୟ ରଖିଥିଲେ। ଏଥି ସହିତ ଓଡ଼ିଶା ରାଜ୍ୟ ସମବାୟ ସଂଘ, ଓଡ଼ିଶା, ଭୁବନେଶ୍ୱରର ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ଯୋଗଦେଇ ସମବାୟ ସଂଘ ମାଧ୍ୟମରେ କିଭଳି ସମବାୟ ସମିତିର କର୍ମଚାରୀ ମାନଙ୍କ ପାଇଁ ଉନ୍ନତ ତାଲିମ ଦିଆଯାଇପାରିବ ତାହା ସମ୍ପର୍କରେ ଆଲୋକପାତ କରିଥିଲେ।

Related posts

ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

mahabharatanews

ନିଶାଡି ପୁଅ ମାଡରେ ମା’ର ମୃତ୍ୟୁ

mahabharatanews

ଆଜିଠୁ ଜନତା ମୈଦାନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

mahabharatanews