ଓଡିଶା

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ   

ଗୋଲାମୁଣ୍ଡା ବ୍ଲକ ପରିସରରେ ବ୍ଲକସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ତ୍ରିପୁରା ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରସନ୍ନ ରାଉତ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ନିରୋଦ କହର, ଜିଲ୍ଲା ମସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ତହସିଲଦାର ଚନ୍ଦନ ନାୟକ, ବରିଷ୍ଠ ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ଗୋଲାମୁଣ୍ଡା ଗୋଷ୍ଟୀ ପ୍ରାଣୀ ଚିକିତ୍ସା ଅଧିକାରୀ ମଞ୍ଜୁଲତା ବାଗ, ଅତିରିକ୍ତ ଗୋଷ୍ଠୀ ମସ୍ୟ ଅଧିକାରୀ ବନ୍ଦନା ରାଣୀ ପଣ୍ଡା, ଜିଲ୍ଲା ପରିଷଦ ହେମାଙ୍ଗିନୀ ରାଉତ, ସରିତା ମାଝୀ, ଜୟସେନ ସାହୁ, ସରପଞ୍ଚ ଜୀମୁତ୍ ବାହନ ହରପାଲ, ସମିତିସଭ୍ୟ କିରଣ ସିଂ, ସଫଳ ଚାଷୀ କୃଷ୍ଣ ନାଗ ତଥା ଉପଖଣ୍ଡ ବିଭାଗୀୟ ଅଧିକାରୀ ମଧୁସୂଦନ ଦାସ ପ୍ରମୁଖ ଆସନ ଅଳଙ୍କୃତ କରିଥିଲେ। ଗୋ ସମ୍ପଦ ଅଭିବୃଦ୍ଧି ଓ ରାଜ୍ୟ ଚାଷୀଙ୍କ ସମୃଦ୍ଧି ପାଇଁ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଯଥା:- ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରଲାଭ ସିଧାସଳଖ ଗ୍ରାମାଞ୍ଚଳର ଚାଷୀ ଓ ସାଧାରଣ ଲୋକ ପାଇ ପାରିବେ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସଫଳ ଚାଷୀ ମାନଙ୍କୁ ସମ୍ମାନିତ କରି ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବ୍ଲକର ଚାଷୀ ମହଲରେ ଆନନ୍ଦର ବାର୍ତ୍ତା ବହନ କରିଛି।

Related posts

ନଭେମ୍ବର ୧୬ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ

mahabharatanews

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews

ଖେଳିବାକୁ ଯାଇ ୨ ଛାତ୍ର ନିଖୋଜ, ଅପହରଣ ମାମଲା ରୁଜୁ

mahabharatanews