ଓଡିଶା

ଚଳନ୍ତା ମାଲବାହୀ ଟ୍ରେନ୍‌ରୁ ଅଲଗା ହେଲା ୮ବଗି

(ଟିଟିଲାଗଡ଼) : ଲଗାତର ଭାବେ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳୁଛି । ଟିଟିଲାଗଡ଼ -ବଲାଙ୍ଗୀର ରେଳ ଲାଇନ୍‌ର ଗୁଞ୍ଜିତରା ନିକଟରେ ବୁଧବାର ଏକ ଚଳନ୍ତା ମାଲବାହୀ ଟ୍ରେନ୍‌ରୁ ୮ଟି ବଗି ଅଲଗା ହୋଇଯାଇଥିଲା। ଫଳରେ ଗୁଞ୍ଜିତରା ନିକଟ ଖଜୁରପଡ଼ା ଫାଟକ ଦେଇ ସାଢ଼େ ତିନି ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ସୂଚନା‌ ଅନୁସାରେ, ବୁଧବାର ଭୁବନେଶ୍ୱରରୁ ଟିଟିଲାଗଡ଼ ଅଭିମୁଖେ ୧୦୦ ବଗି ବିଶିଷ୍ଟ କୋଇଲା ବୋଝେଇ ଡବଲ୍‌ଡାଇମଣ୍ଡ ମାଳବାହୀ ଟ୍ରେନ୍‌ ଆସୁଥିଲା। ଗୁଞ୍ଜିତରା ନିକଟରେ ୮ଟି ବଗି ହଠାତ୍‌ ଛିଣ୍ଡି ଅଲଗା ହୋଇଯାଇଥିଲା। ଇଞ୍ଜିନ ସହ ସଂଯୁକ୍ତ ଅନ୍ୟ ବଗିଗୁଡ଼ିକ ଷ୍ଟେସନ ଅଭିମୁଖେ ଆଗକୁ ଚାଲିଯାଇଥିବା ବେଳେ ୮ଟି ବଗି ଅଲଗା ହୋଇ ଖଜୁରପଡ଼ା ରେଳ ଫାଟକଠାରେ ରହିଯାଇଥିଲା।

Related posts

ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

mahabharatanews

କରୋନା ମୁକାବିଲା: ଓଡ଼ିଶା ଆଶା କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କାର  ପ୍ରଦାନ 

mahabharatanews

ସ୍ଵତନ୍ତ୍ର ରେଳ ଯୋଗେ ତେଲେଙ୍ଗାନାରୁ ଆସିଲେ ୧୬୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

mahabharatanews