ଓଡିଶା

୧୦୦ ଫୁଟ୍ ଧସିଲା ବୈତରଣୀ ନଦୀବନ୍ଧ

(ଯାଜପୁର) : ଲଗାତର ବର୍ଷା ହେତୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜୁଛି ।   ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତ ବଳରାମପୁର ଠାରେ ବୈତରଣୀ ନଦୀବନ୍ଧ ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି । ବନ୍ଧର ୭୫ ଭାଗ ଧସି ନଦୀରେ ଲୀନ ହୋଇଯାଇଛି। ଏହାଫଳରେ ଆଖପାଖ ଅଂଚଳର ୩ଟି ପଂଚାୟତର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସୂଚନାନୁଯାୟୀ, ଖାଲି ସେତିକୁ ନୁହେଁ, ସମ୍ପୂର୍ଣ୍ଣ ବନ୍ଧ ଅତିନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ସମ୍ପୂର୍ଣ୍ଣ ବନ୍ଧର ନୂଆ ମାଟି ଏବଂ ପୁରୁଣା ମାଟି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏଣୁ ଏହି କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

Related posts

ହିଜିଂଳିକାଟୁ ବ୍ଲକ ଗସ୍ତରେ କୃଷି ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ

mahabharatanews

ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକ

mahabharatanews

ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ

mahabharatanews