ଓଡିଶା

ଘନ କୁହୁଡ଼ି ହେତୁ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) : ପୁଣିଥରେ ଫେରିଲା ଶୀତ। ରାତିର ତାପମାତ୍ରା କମିବା ସହ ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। ୧୬ ଓ ୧୭ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୭ରୁ ୧୯ ତାରିଖ ମଧ୍ୟରେ ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ସୂଚନାନୁଯାୟୀ , ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୩ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ଜି ଉଦୟଗିରିରେ ୮, ରାଉରକେଲାରେ ୮.୭, କୋରାପୁଟରେ ୮.୯, ସୁନ୍ଦରଗଡ଼ରେ ୯, ଝାରସୁଗୁଡ଼ାରେ ୯.୩, ଫୁଲବାଣୀ, ରାଣିତାଲ ଓ ସିମିଳିଗୁଡ଼ାରେ ୯.୫, କେନ୍ଦୁଝରଗଡ଼ରେ ୯.୬ ଓ ଅନୁଗୁଳରେ ୧୦ ଡିଗ୍ରି ରେକର୍ଡ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ଲାଗି ରହିବ। ୧୫ ତାରିଖ ସକାଳ ସମୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts

ବାସି ଖାଦ୍ୟ ଖାଇ ୪୫ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅସୁସ୍ଥ

mahabharatanews

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ମତଦାନ ସାବ୍ୟସ୍ତ କଲେ ରାଜଧାନୀ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ

mahabharatanews