ଓଡିଶା

Big Update : 20ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର

ବ୍ୟୁରୋ : ମେଟ୍ରୋ ରେଳ ପ୍ରକଳ୍ପ ନେଇ ବିଧାନସଭାରେ ବିସ୍ତୃତ ତଥ୍ୟ ରଖିଲେ ରାଜ୍ୟ ସରକାର । ୨୦ ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର । ଯେଉଁଥିରେ ଭୁବନେଶ୍ବର ବିମାନ ବନ୍ଦର, କ୍ୟାପିଟାଲ ହସ୍ପିଟାଲ, ବାପୁଜୀ ନଗର, ଭୁବନେଶ୍ବର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ୟ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଊସଗ୍ଦଗ୍ଧକ୍ସସମଗ୍ଧ ସେଣ୍ଟର, ଡମଣା ଛକ, ପଟିଆ ଛକ, କଓଓଞ, ଛକ, ନନ୍ଦନ ବିହାର,ନଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବାରଂଗ, ଫୁଲପୋଖରୀ, ତ୍ରିଶୁଳିଆ ଛକ ଭଳି ପ୍ରମୁଖ ଛକ ରେ ରହିବ ମେଟ୍ରୋ ଷ୍ଟେସନ ।
ଭୁବନେଶ୍ବରର ମେଟ୍ରୋ ରେଳ ପ୍ରକଳ୍ପ ନିମନ୍ତେ, ଆର୍ଥିକ ବର୍ଷ ୨୦୨୩-୨୪ ଏବଂ ୨୦୨୪-୨୫ରେ, ଯଥାକ୍ରମେ ୨୧୦ କୋଟି ଏବଂ ୧୦୦୦ କୋଟି ଟଙ୍କା, ମଂଜୁର କରାଯାଇଅଛି । ଏହି ପ୍ରକଳ୍ପ ୪ ବର୍ଷ ମଧ୍ୟରେ ଅର୍ଥାତ୍ ଡ଼ିସେମ୍ବର, ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ ।

Related posts

ମୁମ୍ବାଇ-ବେଙ୍ଗଲୁରୁ ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ନିଆଁ

mahabharatanews

ଯୁବଶକ୍ତି ସମର୍ପିତ ଓଡି଼ଶା ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର

mahabharatanews

ଏଣିକି ବିନା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ଫ୍ଲେଟରେ ରାସ୍ତାରେ ଗଡ଼ିନି ଗାଡି

mahabharatanews