ଓଡିଶା

ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କ  ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ହେଉଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଥମିବାର ନାମ ନେଉନ।।ହିଁ । ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗର ସୂଚନା ମୁତାବକ, କଟକ ଜିଲ୍ଲାରୁ ଡାଇବେଯିସ, ହାଇପରଟେନସନ, ନେଫ୍ରୋପାଥିରେ ପୀଡିତା ଜଣେ ୨୩ ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେ ହାଇପରଟେନସନ ଓ ଡାଇବେଟିସରେ ପୀଡିତ ଥିେଲେ ।
ସେହିପରି ଗଞ୍ଜାମ ଜିଲ୍ଲାରୁ ଡାଇବେଟିସ ଓ ହାଇପରଟେନସନରେ ପୀଡିତ ଜଣେ ୮୨ ବର୍ଷୀୟ ବୃଦ୍ଧ, ୭୩ ବର୍ଷୀୟ ବୃଦ୍ଧ ଓ ୩୬ ବର୍ଷର୍ୀୟ ଯୁବକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳରୁ ହାଇପରଟେନସନ, ଡ।।ଇବେଟିସ, ଧମନୀ ଜନିତ ରୋଗ ପରି ବହୁ ରୋଗରେ ପୀଡିତ ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାରୁ ଜଣେ ୫୮ ବର୍ଷୀୟ ଜଟିଳ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ଡାଇବେଟିସରେ ପୀଡିତ ଜଣେ ୮୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

Related posts

ଉଛୁଳୁଛି ହୀରାକୁଦ; ପୁଣି ଖୋଲିଲା ୫ଟି ଗେଟ୍

mahabharatanews

ଗତକାଲି ପାଳିତ ହୋଇଛି ଗୁରୁ ଦିବସ

mahabharatanews

ହୋଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତ ଦେହ

mahabharatanews