ଓଡିଶା

ଓଡିଶାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟ। ୨ହଜାର ନିକଟତର

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ୧୯୮୧ନୁଆ ରୋଗୀ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସିଂକ୍ରମିତ ୭୫୬ ଥିବା ରାଜ୍ୟ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୂ ସୁଚନା ଦିଆଯାଇଛି । ଫଳରେ ରାଜ୍ୟରେ ସଂକ୍ରମିତଙ୍କକ ସଂଖ୍ୟା ୫୨୬୫୩ ହୋଇଥିବା ବେଳେ ୩୬୪୭୮ ଜଣ ସୁସ୍ଥ ହୋଇଛନ୍ତି ଓ ୧୫୮୦୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୬, ବାଲେଶ୍ୱରରୁ ୫୯, ବରଗଡରୁ ୨୭, ଭଦ୍ରକରୁ ୬୫, ବଲାଙ୍ଗୀରରୁ ୨୭, ବୌଦ୍ଧରୁ ୨୨, କଟକରୁ ୧୩୧, ଦେଓଗଡରୁ ୧୬, ଢେଙ୍କାନାଳରୁ ୩୯, ଗଜପତିରୁ ୮, ଗଞ୍ଜାମରୁ ୨୬୭, ଜଗତସିଂହପୁରରୁ ୪୨, ଯାଜପୁରରୁ ୬୦, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୭୯, କେନ୍ଦ୍ରାପଡାରୁ ୨୯, କେଉଁଝରରୁ ୨୩, ଖୋର୍ଦ୍ଧାରୁ ୨୭୪, କୋରାପୁଟରୁ ୯୭, ମାଲକାନଗିରିରୁ ୬୪, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୧୮, ନୟାଗଡରୁ ୫୬, ନୂଆପଡାରୁ ୧୬, ପୁରୀରୁ ୭୭, ରାୟଗଡାରୁ ୫୫, ସମ୍ବଲପୁରରୁ ୩୮, ସୋନପୁରରୁ ୫୭, ସୁନ୍ଦରଗଡରୁ ୧୪୫ ରହିଛନ୍ତି ।
ସେହିପରି ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ କ୍ୟୁମୁଲେଟିଭ ଟେଷ୍ଟ ୭୬୫୦୬୫ ହୋଇଛି ।

Related posts

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews

ଆମ୍ବୁଲାନ୍ସ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ

mahabharatanews

କରୋନା ସଂକ୍ରମଣରେ ରେକର୍ଡ: ଏକାଥରକେ ୧୦୧ ଆକ୍ରାନ୍ତ ଚିହ୍ନଟ

mahabharatanews