ଓଡିଶା

ରାଜ୍ୟରେ ଆଉ ୯ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ ଆଉ ୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଆଜି ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରୁ ୬ ଜଣ ଗଞ୍ଜାମରୁ ଥିବା ବେଳେ ପୁରୀ, ଯାଜପୁର ଓ ଖୋର୍ଦ୍ଧାରୁ ଜଣେ ଲେଖା ମୃତ୍ୟୁବରଣ କରିଛନ୍ତି ।
ଗଞ୍ଜାମରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଡାଇବେଟିସ ପୀଡିତା ୪୦ ବର୍ଷୀୟା ମହିଳା, ଜଣେ ୫୨ ବର୍ଷୀୟ ପୁରୁଷ, ଡାଇବେଟିସରେ ପୀଡିତ ୪୬ ବର୍ଷୀୟ ପୁରୁଷ, ଡାଇବେଟିସ ଓ ହାଇପରଟେନସନରେ ପୀଡିତ ୬୦ ବର୍ଷୀୟ ବୃଦ୍ଧ, ୬୦ ବର୍ଷୀୟା ମହିଳା ଯିଏ କୋରୋନିକ କିଡନୀ ରୋଗ, ହାଇବେଟିସ ଓ ହାଇପରଟେନସନରେ ପୀଡିତ ଥିଲେ । ସେହିପରି ପୁରୀରୁ ସେରିବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟରେ ପୀଡିତ ଜଣେ ୫୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଯାଜପୁରରୁ ଜଣେ ୪୦ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ଜଣେ ୫୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

Related posts

ସାମାଜିକ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

mahabharatanews

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

mahabharatanews

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews