ଓଡିଶା

ମଣ୍ଡିରେ ଭିଜୁଛି ହଜାର ହଜାର ବସ୍ତା ଧାନ, ଚିର ନିଦ୍ରାରେ ପ୍ରଶାସନ

( ବରଗଡ଼ /ଚିତ୍ତରଞ୍ଜନ ସାହୁ ) : ବରଗଡ଼ ଜିଲ୍ଳା ପ୍ରଶାସନର ଅପାରଗ ପଣିଆ ଏବଂ ସରକାରଙ୍କ ତୃଟୀପୂର୍ଣ୍ଣ ଧାନ ସଂଗ୍ରହ ନୀତି ଯୋଗୁଁ ବରଗଡ଼ ଜିଲ୍ଳାର ଚାଷୀମାନଙ୍କ ର ହଜାର ହଜାର ବସ୍ତା ଧାନ ବର୍ଷା ରେ ଭିଜୁଛି । ସବୁଠାରୁ ଉଦବେଗର ବିଷୟ ହେଉଛି ଯେ ମଣ୍ଡିରେ ଦୀର୍ଘ ଦୀନ ହେବ ଧାନ ପଡ଼ି ରହିଥିଲେ ମଧ୍ୟ ଆରଏମସି କର୍ମଚାରୀମାନେ ଠିକ ହିସାବରେ ଏଣ୍ଟ୍ରି କରି ନଥିବାରୁ ଧାନ ବିକ୍ରି ହୋଇ ପାରିନାହିଁ । ବରଗଡ଼ ଜିଲ୍ଳା ଅତାବିରା ନିୟନ୍ତ୍ରୀତ ବଜାର କମିଟି ଅଧିନସ୍ଥ ମନାପଡ଼ା ମଣ୍ଡିରେ ପ୍ରାୟ ପନ୍ଦର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି । ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଚାଷୀଙ୍କ ଧାନ ଘୋଡ଼ାଇବା ପାଇଁ କିଛି ତାରପୋଲିନ ଦିଆଯାଇଛି । ସେଥିମଧ୍ୟରୁ ଅନେକ ତାରପୋଲିନ ଚିରାଫଟା ଅବସ୍ଥାରେ ରହିଛି । ଏହି ମଣ୍ଡିରେ ବେପାରୀ ଏବଂ ମଧ୍ୟସ୍ଥିଙ୍କ ରାଜ ଚାଲିଛି । ଚାଷୀମାନେ ଦୀର୍ଘ ଦିନ ହେବ ମଣ୍ଡିରେ ଧାନ ଆଣି ପକାଇଥିଲେ ମଧ୍ୟ ସେମାନଙ୍କ ଧାନ ଏଣ୍ଟ୍ରି ନହୋଇ ବେପାରୀଙ୍କ ଇଶାରାରେ ମଣ୍ଡିର କର୍ମଚାରୀମାନେ କାମ କରୁଥିବା ଅଭିଯୋଗ ହୋଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ ଗତକାଲି ମଣ୍ଡି ପରିଦର୍ଶନ କରିଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ି ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମୋଟାମୋଟି ଭାବରେ ଜିଲ୍ଳାରେ ଧାନ ସଂଗ୍ରହ କାରାବାର ମିଲ ମାଲିକଙ୍କ ନିର୍ଦେଶ ରେ ଚାଲିଛି । ଧାନ ସଂଗ୍ରହ ଦାୟିତ୍ୱରେ ଥିବା ଜିଲ୍ଲା ଯୋଗାଣ ଅଧିକାରୀ ନାଁ ନୀତି କୁ ଅଛନ୍ତି । ମିଲ ମାଲିକ ଯାହା ନିର୍ଦ୍ଦେଶ ଦେଉଛନ୍ତି ସେ ତାହା ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏଭଳି ସଙ୍କଟ ସମୟରେ ଜନ ପ୍ରତିନିଧିଙ୍କ ଯେଉଁଭଳି ଭୂମିକା ରହିବା କଥା ତାହା ଆଦୌ ଦେଖାଯାଉ ନାହିଁ । ରବି ଧାନ ସଂଗ୍ରହ ସମୟରେ ଚାଷୀ ହାତରେ ଖୁବ କମ ସମୟ ରହୁଥିବାରୁ କିପରି ସୁରୁଖୁରୁରେ ମଣ୍ଡିରୁ ଧାନ ଉଠିବ ତାହାକୁ ଲପଲବଧି କରି ନିର୍ବାଚିତ ଜନପ୍ରତିନିଧି ମାନେ ଯେଉଁ କାମ କରିବା କଥା ତାହା ମୋଟେ କରୁନାହାନ୍ତି ।ଆଗକୁ ନିର୍ବାଚନ ପାଇଁ ଲମ୍ବା ସମୟ ଥିବାରୁ ସେମାନଙ୍କୁ ମଣ୍ଡିରେ ବୋଧେ ଦେଖିବାକୁ ମିଳୁନାହିଁ । ସବୁଠାରୁ ଉଦବେଗର ବିଷୟଯେ ବରଗଡ଼ ଜିଲ୍ଳାରେ ଅଧିକ ଧାନ ସଂଗ୍ରହ ହେଉଥିଲେ ମଧ୍ୟ ପ୍ରକୃତ ସମସ୍ୟାକୁ ବୁଝିବାକୁ ଏବଂ ସମସ୍ୟାର ସମାଧାନ କରିବାକୁ ଜନ ପ୍ରତିନିଧିଙ୍କଠାରେ ନିଷ୍ଠାର ଅଭାବ ରହିଛି । କେବଳ ଉପର ଭାବରେ ସମସ୍ୟାକୁ ଦେଖିଲେ ହେବ ନାହିଁ ଗଭୀରକୁ ଯାଇ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବାକୁ ପଡ଼ିବ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି ।

Related posts

ଟ୍ରକରେ ଇଟା ବୋଝେଇ କରୁଥିବା ବେଳେ ୨ ଓଡିଆ ଦାଦନ ଯୁବତୀଙ୍କ ମୃତ୍ୟୁ

mahabharatanews

ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଉଦଘାଟିତ ହଇଯାଇଛି…

mahabharatanews

ଇଡକୋ ଦୁର୍ନୀତି ଖଜୁରୀ ଗଛର ଆଉ ଜଣେ ବିରଞ୍ଚି

mahabharatanews