ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ପରେ ରାହୁଲ ଗାନ୍ଧୀ ପୀଡିତ ପରିବାରକୁ ଭେଟିବା ପରେ ଟ୍ୱିଟ କରି କହିଛନ୍ତି, ଲୁହ ଛଳଛଳ ଆଖିରେ ନାବାଳିକାର ବାପା ମା ଝିଅକୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି ଓ ନ୍ୟାୟ ପାଇବା କ୍ଷେତ୍ରରେ ମୁଁ ସେମାନଙ୍କ ସହ ରହିଛି ।
ଅଭିଯୋଗ ଅନୁଯାୟୀ, ରବିବାର ଦିନ ଦିଲ୍ଲୀର ଜଣେ ୯ ବର୍ଷୀୟା ଦଳିତ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଓ ବଳପୂର୍ବକ ଶବ ସଂସ୍କାର କରାଯାଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ବୁଧବାର ଦିନ କଂଗ୍ରେସର ପୂର୍ବତନ ନେତା ରାହୁଲ ଗାନ୍ଧୀ ପୀଡିତାର ପରିବାରକୁ ଭେଟିଛନ୍ତି । ରାହୁଲ କହିଛନ୍ତି, ମୁଁ ପରିବାର ସହ ଆଲୋଚନା କରିଛି । ସେମାନେ ନ୍ୟାୟ ଭିନ୍ନ ଅନ୍ୟ କିଛି ଚ।।ହୁଁ ନ ଥିବା କହିଛନ୍ତି । ସେମାନଙ୍କୁ ନ୍ୟାୟ ମିଳୁନାହିଁ । ନ୍ୟାୟ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ତେଣୁ ରାହୁଲ କହିଛନ୍ତି ସେ ସେମାନଙ୍କ ସହ ଛିଡା ହେବେ ।