ଅପରାଧଓଡିଶା

ବନ୍ଦ ଘରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଗଂଜାମ: ବନ୍ଦ ଘର ଭିତରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଗଂଜାମ ଜିଲ୍ଲା ବୁଗୁଡ଼ାର ଅରବିନ୍ଦନଗରରେ ଘଟିଛି ଏହି ଅଘଟଣ। ମୃତ ମହିଳା ହେଲେ ଖୋର୍ଦ୍ଧା ସୋରଣ ଗାଁର ରଶ୍ମିତା ବେହେରା।  ରଶ୍ମିତା ବୁଗୁଡ଼ା ପୋଷ୍ଟ ଅଫିସରେ କିଛି ବର୍ଷ ହେବ କାର୍ଯ୍ୟ କରୁଥିଲେ। ବୁଗୁଡ଼ାର ଅରବିନ୍ଦନଗରରେ ଭଡ଼ାରେ ରହୁଥିଲେ।
ସୂଚନା ଅନୁସାରେ ଗତକାଲି ରଶ୍ମିତା ରହୁଥିବା ଘର କବାଟ ଦୀର୍ଘ ସମୟ ଧରି ବନ୍ଦ ଥିଲା। ଘର ମାଲିକ ରଶ୍ମିତାଙ୍କୁ କବାଟ ବାଡ଼େଇ ଡାକିଥିଲେ ମଧ୍ୟ ସେ ଖୋଲି ନଥିଲେ। ଏନେଇ ଘର ମାଲିକଙ୍କ ସନ୍ଦେହ ହୋଇଥିଲା। ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ।  ପୁଲିସ ଘରର କବାଟ ତାଡ଼ି ଘରେ ପଶିଥିଲା।  ରୁମରୁ ରଶ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।

Related posts

ମନ୍ଦିରର ଚାବି ଭାଙ୍ଗି ଚୋରି

mahabharatanews

୫ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ

mahabharatanews

ଆଜି ପବିତ୍ର ମହାଳୟା ଅମାବାସ୍ୟା

mahabharatanews