ଓଡିଶା

ଭୁବନେଶ୍ୱରରୁ ୯୦ କରୋନା ପଜିଟିଭ ଚିହ୍ନଟ

(ମହାଭାରତ/ଭୁବନେଶ୍ୱର): କରୋନା ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି । ଆଜି ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ ୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୬୩ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟୁଇଟ କରି ସୂଚନା ଦେଇଛି।
କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ରସୁଲଗଡ଼ ସବର ସାହି ଅଞ୍ଚଳରୁ ଜଣେ ୨୬ବର୍ଷ ପୁରୁଷ, ନୟାପଲ୍ଲୀ ଏନ୍-୫ ଅଞ୍ଚଳରୁ ଜଣେ ୨୭ ବର୍ଷର ପୁରୁଷ, ଖଣ୍ଡଗିରି କୋଳଥିଆ ଅଞ୍ଚଳରୁ ଜଣେ ୨୨ବର୍ଷୀୟ ମହିଳାଙ୍କ ସମେତ ୫୨ବର୍ଷ ଓ ୨୮ବର୍ଷର ଦୁଇଜଣ ପୁରୁଷ, ଝାରପଡ଼ା ଜଗନ୍ନାଥ ନଗର ଅଞ୍ଚଳରୁ ଜଣେ ୩୯ ବର୍ଷର ପୁରୁଷ, ୟୁନିଟ-୬ ଗଙ୍ଗନଗର ଅଞ୍ଚଳରୁ ଜଣେ ୧୫ ବର୍ଷର ବାଳକ, ସାଲିଆ ସାହି ଶ୍ରୀକୃଷ୍ଣ ନଗର ଅଞ୍ଚଳରୁ ୭ଜଣ (୫୫ବର୍ଷ, ୨୯ବର୍ଷ, ୧୬ବର୍ଷ, ୩୮ବର୍ଷର ମହିଳା ଓ ୩୮ବର୍ଷ, ୩୨ବର୍ଷ ଓ ୩୬ବର୍ଷର ପୁରୁଷ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୦୭ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ବିଏମ୍ସି ଅଞ୍ଚଳରେ ୯୦ ଜଣ ଅଛନ୍ତି। ଏଥିରେ ଲୋକାଲ୍ କେସ୍ ୨୬ ରହିଛି। ସେଥିରୁ ବିଜେପି ନଗରରେ ଏକ ପ୍ରାଇଭେଟ୍ ହସ୍ପିଟାଲ୍ର ଜଣେ ୨୭ ବର୍ଷୀୟ ଡ୍ରାଇଭର ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ଜାଗମରା ଜଗମୋହନ ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର ଓସ୍କାଲ୍ ସିଟିରୁ ଜଣେ, ଘାଟିକିଆରୁ ଜଣେ, ପୋଖରୀପୁଟ୍ ଡିଏଭି ସ୍କୁଲ ନିକଟରୁ ୨ ଜଣ, ଓଲଡ୍ ଟାଉନ୍ ପୂନମା ଗେଟ୍ ଅଞ୍ଚଳରୁ ଜଣେ, ଖଣ୍ଡଗିରି ପିପିଏଲ୍ କଲୋନୀରୁ ଜଣେ, ଭରତପୁର ମହାଲକ୍ଷ୍ମୀ ବିହାରୁ ଜଣେ, ରସୁଲଗଡ଼ ଓକାକ୍ ଅଫିସ୍ ଅଞ୍ଚଳରୁ ଜଣେ, ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରରୁ ଜଣେ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ, ବିଶ୍ୱେଶ୍ୱର ବସ୍ତିରେ ରହୁଥିବା ଏକ ବେସରକାରୀ ମେଡିକାଲ୍ର ଜଣେ କର୍ମଚାରୀ, ନୟାପଲ୍ଲୀ ଗଜପତି ନଗର ବସ୍ତିରୁ ଜଣେ, ୟୁନିଟ୍-୪ ଏମ୍ଏଲ୍ଏ କଲୋନୀରୁ ଜଣେ, ରସୁଲଗଡ଼ ଜିଜିପି କଲୋନୀରୁ ୨ ଜଣ, ଖଣ୍ଡଗିରିରୁ ଜଣେ, ଟ୍ରାଇଡେଣ୍ଟ କଲେଜ ନିକଟସ୍ଥ ମହାବୀର ବସ୍ତିରୁ ଜଣେ, କୋଳଥିବା ସତ୍ୟସାଇ ଏନ୍କ୍ଲେଭାରେ ରହୁଥିବା ଏକ ବେସରକାରୀ ମେଡିକାଲ୍ର କର୍ମଚାରୀ, ଖଣ୍ଡଗିରି ଗଣ୍ଡମୁଣ୍ଡାରୁ ଜଣେ, ପାତ୍ରପଡ଼ା ଫୁଲେଶ୍ୱର ବସ୍ତିରୁ ଜଣେ, ଖଣ୍ଡଗିରି କୁଳଥିଆରୁ ଜଣେ, ବରମୁଣ୍ଡା ଜଗନ୍ନାଥ ବିହାରରୁ ୨ ଜଣ ଓ ଏକ ପ୍ରାଇଭେଟ୍ ହସ୍ପିଟାଲ୍ର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ୬୩ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି।
ତେବେ ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୮୫୯ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୬୨ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।

ଚିହ୍ନଟ
ଚିହ୍ଟ

Related posts

ପରୀକ୍ଷାର୍ଥୀଙ୍କ ଜୀବନ ସହିତ ସଂଘାତିକ ଖେଳ

mahabharatanews

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବ ନିରାଡମ୍ବର ରୂପେ ପାଳନ କରିବାକୁ ମଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews

ଶ୍ରୀକ୍ଷେତ୍ରର ୫ ପୁଷ୍କରିଣୀର ଜଳ ବିଶୋଧନ ପ୍ରକ୍ରିୟା ଆରଂଭ

mahabharatanews

Leave a Comment